ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଗତ ମାସରେ ହୋଇଥିବା ମଧ୍ୟମ ଧରଣର ବନ୍ୟାରେ ବଡ଼ ଧରଣର କ୍ଷତି ହୋଇଛି। ଏହି ବନ୍ୟାରେ ରାଜ୍ୟର ୧୧ଟି ଜିଲ୍ଲାର ୩୮ଟି ନଦୀବନ୍ଧ ସଂପୂର୍ଣ୍ଣ ଭାଙ୍ଗିପଡ଼ିଛି। ଏଥିଯୋଗୁଁ ୨୮୩ କୋଟି ଟଙ୍କା କ୍ଷୟକ୍ଷତି ହୋଇଛି। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଅନୁଦାନ ଦେବାପାଇଁ ଅନୁରୋଧ କରାଯାଇଛି ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି।ବନ୍ୟାରେ ୯୯୬ କିଲୋମିଟର ନଦୀବନ୍ଧର ଆଂଶିକ କ୍ଷୟକ୍ଷତି ହୋଇଛି। ତେଣୁ ଏହି ୧୧ଟି ଜିଲ୍ଲାରେ ୩୫୧ କିଲୋମିଟର ନଦୀବନ୍ଧ ସୁଦୃଢ଼ିକରଣ ପାଇଁ ୬୪୮ କୋଟି ଟଙ୍କାର ଅନୁଦାନ ଆବଶ୍ୟକ। ଏନେଇ ଜଳସମ୍ପଦ ସଚିବଙ୍କୁ ଚିଠି ଲେଖିଛନ୍ତି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ।

ସ୍ଥାୟୀ ମରାମତି, ସ୍ଥାୟୀ ଏବଂ ଅସ୍ଥାୟୀ ମରାମତି, ନଦୀବନ୍ଧ ସୁଦୃଢ଼ିକରଣ ପାଇଁ ୯୩୨ କୋଟି ଟଙ୍କା ଆବଶ୍ୟକ। ଏଥିପାଇଁ ସ୍ଵତନ୍ତ୍ର ରିଲିଫ୍ କମିସନରଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିବା ମହାନଦୀ ମୁଖ୍ୟ ଯନ୍ତ୍ରୀ ସୁଶାନ୍ତ କୁମାର ରଥ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here