ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାର ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ।

  • ତିନୋଟି ପର୍ଯ୍ୟାୟରେ ହେବ ବିହାର ନିର୍ବାଚନ
  • ନଭେମ୍ବର ୧୦ରେ ବାହାରିବ ନିର୍ବାଚନ ରେଜଲ୍ଟ
  • ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଅରୋରା

ବିହାରରେ ବାଜିଲା ନିର୍ବାଚନୀ ବିଗୁଲ। ଆଜି ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଅରୋରୋ ପ୍ରେସମିଟ କରି ବିହାରରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି ଘୋଷଣା କରିଛନ୍ତି।

ଅକ୍ଟୋବର ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିରେ ୭୧ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ସେହିପରି ନଭେମ୍ବର ୩ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୯୪ଟି ଆସନ ପାଇଁ ଭୋଟ ଗ୍ରହଣ ହେବ। ଏହାପରେ ନଭେମ୍ବର ୩ରେ ଶେଷ ପର୍ଯ୍ୟାୟ ଅର୍ଥାତ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିରେ ୭୮ଟି ବିଧାନସଭା ଆସନ ପାଇଁ ଭୋଟରମାନେ ଭୋଟ ଦେବେ ବୋଲି ମୁଖ୍ୟ ନିର୍ବାଚନ କମିସନର ସୂଚନା ଦେଇଛନ୍ତି।ତିନୋଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ଶେଷ ହେବା ପରେ ନଭେମ୍ବର ୧୦ ତାରିଖରେ ଭୋଟଗୁଡ଼ିକର ଗଣନା କରାଯିବ। ଭୋଟ ଗଣନା ହେବା ପରେ ସେହି ଦିନ ହିଁ ଏହାର ଫଳ ଘୋଷଣା ହେବ।

ଅନଲାଇନରେ ହେବ ପ୍ରାର୍ଥିପତ୍ର ଦାଖଲ

ଏଥରର ବିହାର ନିର୍ବାଚନରେ ପ୍ରାର୍ଥୀମାନେ ଅନଲାଇନରେ ପ୍ରାର୍ଥିପତ୍ର ଦାଖଲ କରିବେ। ତା ସହିତ ପ୍ରାର୍ଥୀମାନେ କେବଳ ୫ ଜଣ ସମର୍ଥକଙ୍କୁ ନେଇ ଘରକୁ ଘର କ୍ୟାମ୍ପେନିଂ କରିପାରିବେ। ଏହାଠାରୁ ଅଧିକ ଲୋକଙ୍କୁ କ୍ୟାମ୍ପେନିଂ କରିବାକୁ ଅନୁମତି ମିଳିବ ନାହିଁ। ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର କରିବା ସମୟରେ କାହା ସହ ହାତ ମିଶାଇ ପାରିବେନି ବୋଲି ନିର୍ବାଚନ କମିସନର ନିର୍ଦ୍ଦେଶ ଦେଇଛନ୍ତି।corona icmr ne guidelinesକରୋନା ଆକ୍ରାନ୍ତ ଦେଇପାରିବେ ଭୋଟ

ନିର୍ବାଚନରେ କରୋନା ଆକ୍ରାନ୍ତମାନେ ମଧ୍ୟ ନିଜର ଭୋଟ ଦେଇପାରିବେ। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ମତଦାନର ଶେଷରେ କରୋନା ଆକ୍ରାନ୍ତମାନେ ଆସି ନିଜର ମତଅଧିକାର ସାବ୍ୟସ୍ତ କରିପାରିବେ।

ଏଥିସହିତ ଏଥର ଭୋଟ ଗ୍ରହଣ ସମୟ ମଧ୍ୟ ବୃଦ୍ଧି କରାଯାଇଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ଗୋଟିଏ ବୁଥରେ କେବଳ ୧ ହଜାର ଭୋଟର ଭୋଟ ଦେଇପାରିବେ ବୋଲି ମୁଖ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି।ବିହାର ପାଇଁ ୬ ଲକ୍ଷ ପିପିଇ କିଟ୍, ୪୬ ଲକ୍ଷ ମାସ୍କ

ବିହାରରେ ହେବାକୁ ଥିବା ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ମୋଟ ୬ ଲକ୍ଷ ପିପିଇ କିଟ୍ ଦିଆଯିବ। ଏଥିସହିତ ୪୬ ଲକ୍ଷ ମାସ୍କ, ୭ ଲକ୍ଷ ସାନିଟାଇଜର ଓ ୬ ଲକ୍ଷ ଫେସ ସିଲଡ୍ ଯୋଗାଇ ଦିଆଯିବ। ଏହି ସବୁକୁ ନିର୍ବାଚନ ସମୟରେ ବ୍ୟବହାର କରିବାକୁ ଦିଆଯିବ। ନିର୍ବାଚନରେ ନିଯୁକ୍ତ ଥିବା କର୍ମଚାରୀଙ୍କୁ ଯେପରି ମହାମାରୀ ଆକ୍ରମଣ ନ କରେ ସେଥିପାଇଁ ଏଭଳି ବ୍ୟବସ୍ଥା କରାଯାଇଛି।

Comment