ଓଡ଼ିଶାଲାଇଭ୍ ବ୍ୟୁରୋ

ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ମିଳିଛି ନିର୍ବାଚନୀ ଭେଟି। ତିର୍ତ୍ତୋଲ- ପୋଷଳ- ଶଙ୍ଖେଶ୍ୱର ରାସ୍ତାର ମହାନଦୀ ଉପରେ ଏକ ଉଚ୍ଚ ସେତୁ ନିର୍ମାଣ କରିବାକୁ ସରକାର ଆଜି ମଞ୍ଜୁରି ଦେଇଛନ୍ତି।

ଏହି ସେତୁର ନିର୍ମାଣ ପାଇଁ ମୋଟ ୧୧୮.୫୬ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାର ଦୈର୍ଘ୍ୟ ୮୮୮.୮୯ ମିଟର ରହିବ ବୋଲି ସୂଚନା ମିଳିଛି। ସରକାରଙ୍କ ଅନୁମୋଦନ କ୍ରମେ ଆଜି ଏହି ସେତୁର ଟେଣ୍ଡର ପକ୍ରିୟା ମଧ୍ୟ ଆରମ୍ଭ କରାଯାଇଛି।ଏହି ସେତୁର ନିର୍ମାଣ କରିବା ପାଇଁ ଦୀର୍ଘ ଧରି ଦାବି ହୋଇ ଆସୁଥିଲା। ଏବେ ଅଞ୍ଚଳବାସୀଙ୍କର ଆବଶ୍ୟକତାକୁ ଉପଲବ୍ଧ କରି ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାଦ୍ୱାରା ସେହି ଅଞ୍ଚଳର ଗମନାଗମନ, ଅର୍ଥନୈତିକ ବିକାଶ ହୋଇପାରିବ।

ଏହି ସେତୁର ନିର୍ମାଣ ହେଲେ ଜିଲ୍ଲାର ବହୁ ପଞ୍ଚାୟତ ଓ ଗ୍ରାମ ଯଥା ଅଇନ୍ତ,ଗୋପାଳପୁର, କାନିମୂଳ, ବିଶନପୁର, କୃଷ୍ଟନଦପୁର,ପୋଷାଳ ବିଜିପୁର, ସରଲପୁର, ତେନ୍ତୁଳିପଡ଼ା ଆଦି ଗ୍ରାମର ୫୦ ହଜାର ଲୋକ ଉପକୃତ ହୋଇପାରିବେ ବୋଲି ଜଣାପଡ଼ିଛି।

Comment