ଓଡ଼ିଶାଲାଇଭ୍ ବ୍ୟୁରୋ

ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ନିଜିଗଡ଼ ତାପଙ୍ଗର ହାତିଆ ପାହାଡ଼। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳକୁ ପର୍ଯ୍ୟଟକଙ୍କ ଆଗମନକୁ ବାରଣ କରାଯାଇଛି। ଏହି ଅଞ୍ଚଳରେ ଏବେବି କିଛି ଅଫୁଟା ବୋମା ରହିଛି। ଏଣୁ ପର୍ଯ୍ୟଟକଙ୍କ ଜୀବନ ପ୍ରତି ଏହି ଅଞ୍ଚଳ ସୁରକ୍ଷିତ ନୁହେଁ ବୋଲି ଦର୍ଶାଇ ଜିଲ୍ଲା ପ୍ରଶାସନ ରବିବାର ସଂପୂର୍ଣ୍ଣ ଅଞ୍ଚଳକୁ ନିଷିଦ୍ଧାଅଞ୍ଚଳ ଘୋଷଣା କରିଛି।

ରବିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ତାପଙ୍ଗରେ ବୁଲୁଥିବା ପର୍ଯ୍ୟଟକଙ୍କୁ ଅଞ୍ଚଳରୁ ବାହାର କରାଯାଇଛି। ଆଗକୁ ଯଦି ଏହି ଅଞ୍ଚଳକୁ ପର୍ଯ୍ୟଟକମାନେ ବୁଲିବାକୁ ଆସନ୍ତି ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଚେତାବନୀ ଦେଇଛି।କରୋନା ମହାମାରୀର ଲକଡାଉନ ଭିତରେ ହଠାତ୍ ହାଇଲାଇଟ ହୋଇପଡ଼ିଥିଲା ଖୋର୍ଦ୍ଧା ନିଜିଗଡ଼ର ତାପଙ୍ଗ ଅଞ୍ଚଳ। ଖୁବ୍ ଅଳ୍ପ ଦିନରେ ଓଡ଼ିଶାବାସୀଙ୍କ ପାଇଁ ପର୍ଯ୍ୟଟନ ସ୍ଥଳୀ ପାଲଟି ଯାଇଥିଲା ଏହି ଭଗ୍ନ ପଥର ଖଣି। ସୋସିଆଲ ମିଡିଆରେ ଏହାର ଫୋଟୋ ଭାଇରାଲ ହେବା ପରେ ପ୍ରତିଦିନ ଏଠାକୁ ଶହ ଶହ ପର୍ଯ୍ୟଟକ ବୁଲିବାକୁ ଆସୁଥିଲେ।

Comment