ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ପୁଣି ୧୫ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏଥିସହ ମୋଟ କରୋନା ମୃତ୍ୟୁସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସ୍ଵାସ୍ଥ୍ୟ ବିଭାଗର ତାଜା ତଥ୍ୟ ଅନୁଯାୟୀ, ଆଜି ବାଲେଶ୍ଵର, କଟକ ଓ ଖୋର୍ଦ୍ଧାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବାଲେଶ୍ଵରର ୩ ମୃତକଙ୍କ ମଧ୍ୟରେ ୬୧ ଓ ୭୦ ବର୍ଷୀୟ ଦୁଇଜଣ ମହିଳା ଏବଂ ୫୬ ବର୍ଷୀୟ ଜଣେ ପୁରୁଷ ଅଛନ୍ତି। ସେହିପରି କଟକର ୩ ମୃତକଙ୍କ ମଧ୍ୟରେ ୪୦ ଓ ୬୮ ବର୍ଷୀୟ ଦୁଇଜଣ ପୁରୁଷ ଏବଂ ଜଣେ ୮୨ ବର୍ଷୀୟ ମହିଳା ଅଛନ୍ତି। ଖୋର୍ଦ୍ଧାର ତିନି ମୃତକଙ୍କ ମଧ୍ୟରେ ୫୦, ୬୦ ଓ ୭୩ ବର୍ଷୀୟ ପୁରୁଷ ଅଛନ୍ତି।
ଏଥିସହ ଆଜି ପୁରୀର ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକଦ୍ଵୟ ପୁରୁଷ ଓ ସେମାନଙ୍କର ବୟସ ଯଥାକ୍ରମେ- ୪୯ ଓ ୬୫ ବର୍ଷ ବୋଲି ଜଣାପଡ଼ିଛି।
ସେହପରି ବଲାଙ୍ଗିର ଓ ଝାରସୁଗୁଡ଼ାରେ ଜଣେ ଲେଖାଏଁ ପୁରୁଷ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେମାନଙ୍କର ବୟସ ଯଥାକ୍ରମେ- ୭୪ ଓ ୬୭ ବର୍ଷ ବୋଲି ସୂଚନା ମିଳିଛି। ଏଥିସହ ନବରଙ୍ଗପୁର ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ବୟସ ଯଥାକ୍ରମେ- ୩୦ ଓ ୪୭ ବର୍ଷ ବୋଲି ଜଣାପଡ଼ିଛି।
ମୃତକମାନେ କରୋନା ପଜିଟିଭ୍ ହେବା ସହିତ ଡାଇବେଟିସ୍, ହାଇପର୍ଟେନ୍ସନ୍ ଆଦି ରୋଗରେ ପୀଡ଼ିତ ଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।














