ଓଡ଼ିଶାଲାଇଭ୍ ବ୍ୟୁରୋ

ପିଜି ନାମଲେଖା ପାଇଁ ରାଜ୍ୟରେ ହେବାକୁ ଥିବା ଏକକ ପ୍ରବେଶିକା ପରୀକ୍ଷାର ତାରିଖ ଘୋଷଣା କରିଛି ଉଚ୍ଚଶିକ୍ଷା ବିଭାଗ। କରୋନା କଟକଣା ଭିତରେ ଏଥର ପିଜି ପ୍ରବେଶିକା ପରୀକ୍ଷା ଅକ୍ଟୋବର ୧୨ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଉଚ୍ଚଶିକ୍ଷା ବିଭାଗ ସୂଚନା ଦେଇଛି।

ପ୍ରତିଦିନ ତିନୋଟି ସିଫ୍ଟରେ ପରୀକ୍ଷା ହେବ। ସକାଳ ସାଢେ ୧୦ଟାରୁ ସାଢେ ୧୧, ସାଢେ ୧୨ଟାରୁ ଦିନ ୨ଟା ଏବଂ ଦିନ ୩ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ବିଭିନ୍ନ ବିଷୟର ପ୍ରବେଶିକା ପରୀକ୍ଷା ହେବ।ଅକ୍ଟୋବର ୨୨ ତାରିଖରେ ପ୍ରବେଶିକା ପରୀକ୍ଷା ଶେଷ ହେବା ପରେ ନଭେମ୍ବର ୭ ତାରିଖରେ ରାଜ୍ୟସ୍ତରୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନଙ୍କର ଆଡମିସନ ପକ୍ରିୟା ନଭେମ୍ବର ୩୦ ସୁଦ୍ଧା ଶେଷ ହୋଇ ଡିସେମ୍ବର ୩ରୁ କ୍ଲାସ୍ ଆରମ୍ଭ ହେବ ବୋଲି ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ସୂଚନା ଦେଇଛି।

Comment