ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ଦଳ ସନରାଇଜର୍ସ ହାଇଦ୍ରାବାଦ ଦଳକୁ ଲାଗିଛି ବଡ଼ ଝଟକା। ଦଳର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଆହତ ସମସ୍ୟାରୁ ଦଳରୁ ବାଦ୍ ପଡ଼ିଛନ୍ତି। ଏବେ ସେ ଆଇପିଏଲ ୨୦୨୦ର ଆଗାମୀ କୌଣସି ମ୍ୟାଚ୍ ଖେଳିବେନି ବୋଲି ଜଣାପଡ଼ିଛି।

ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷ ମ୍ୟାଚ ସମୟରେ ଭୁବନେଶ୍ୱର ଚତ୍ମକାର ବୋଲିଂ କରିଥିଲେ। ହେଲେ ଏହି ସମୟରେ ସେ ତାଙ୍କ ଗୋଡ଼ରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହି କାରଣରୁ ସେ ଅଧା ଖେଳରୁ ଛାଡ଼ି ଚାଲିଯାଇଥିଲେ।

ଏହାପରେ ତାଙ୍କର ଏହି ଯନ୍ତ୍ରଣାକୁ ଯାଞ୍ଚ କରାଯାଇଥିଲା। ଯେଉଁଥିରେ ତାଙ୍କୁ ବିଶ୍ରାମ ନେବାକୁ କୁହାଯାଇଛି। ତେଣୁ ସେ ଚଳିତବର୍ଷ ଆଉ ଆଇପିଏଲ୍ ମ୍ୟାଚ୍ ଖେଳିବେନି ବୋଲି ଜଣାପଡ଼ିଛି।

ଭୁବନେଶ୍ୱର ଚଳିତ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରେ ମୋଟ ୪ଟି ମ୍ୟାଚରୁ ୩ଟି ୱିକେଟ୍ ନେବା ସହ ପାୱାର ପ୍ଲେରେ ଚତ୍ମକାର ବୋଲିଂ କରିଥିଲେ। ତାଙ୍କ ଅନୁପସ୍ଥିତି ଦଳକୁ ଏକ ବଡ଼ ଝଟକା ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here