ଓଡ଼ିଶାଲାଇଭ୍ ବ୍ୟୁରୋ

ଗତକାଲି ଆଇପିଏଲରେ ଚେନ୍ନାଇ ହାତରୁ ମ୍ୟାଚ୍ ଛଡ଼େଇ ନେଇଛି କୋଲକାତା ନାଇଟ୍ ରାଇଡର୍ସ। ଚତ୍ମକାର ବୋଲିଂ ସହିତ ଦଳ ଚେନ୍ନାଇକୁ ୧୦ ରନରେ ହରାଇ ଦେଇଛି। ତେବେ ଏହି ମ୍ୟାଚରେ ଚେନ୍ନାଇର ପରାଜୟକୁ ନେଇ ଯେତିକି ଚର୍ଚ୍ଚା ହେଉନି ତାଠାରୁ ଅଧିକ କେଦାର ଯାଦବଙ୍କ ବ୍ୟାଟିଂକୁ ନେଇ ହେଉଛି।

କେଦାର ଯାଦବଙ୍କ ଖରାପ ବ୍ୟାଟିଂ କାରଣରୁ ସିଏସକେ ପରାଜୟ ଭୋଗିଲା ବୋଲି କୁହାଯାଉଛି। ତେଣୁ ଆଗାମୀ ମ୍ୟାଚରେ ଦଳ ଯାଦବଙ୍କ ବଦଳରେ ଅନ୍ୟ କେଉଁ ଖେଳାଳିଙ୍କୁ ଦଳରେ ସ୍ଥାନ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।

ଯାଦବଙ୍କ ସ୍ଥାନ ନେଇପାରନ୍ତି ଏହି ଖେଳାଳି

ନାରାୟଣ ଜଗଦୀଶନ

ତାମିଲନାଡୁର ଏହି ୱିକେଟକିପର ବ୍ୟାଟ୍ସମ୍ୟାନ୍ ସିଏସକେ ଦଳରେ ଯାଦବଙ୍କ ସ୍ଥାନ ନେଇପାରନ୍ତି। ତାଙ୍କର ବ୍ୟାଟିଂ ଦକ୍ଷତା ବେଶ ଭଲ ଥିବାବେଳେ ସେ ଚତ୍ମକାର ସଟ୍ ମାରିବାର କୌଶଳ ମଧ୍ୟ ଜାଣିଛନ୍ତି। ଶେଷ ତାମିଲନାଡୁ ପାଇଁ ୨୨ଟି ଟି-୨୦ ମ୍ୟାଚ୍ ଖେଳି ସେଥିରୁ ୧୧୧.୭ ଷ୍ଟ୍ରାଇକରେଟରେ ମୋଟ ୩୦୫ ରନ ସଂଗ୍ରହ କରିଛନ୍ତି।ଋତୁରାଜ ଗାଏକ୍ୱାଡ୍

ଚେନ୍ନାଇ ଦଳରେ ଯାଦବଙ୍କ ସ୍ଥାନ ନେବାକୁ ଆଉ ଜଣେ ଖେଳାଳି ମଧ୍ୟ ବ୍ୟଗ୍ର ଅଛନ୍ତି।  ସେ ହେଉଛନ୍ତି ଋତୁରାଜ ଗାଏକ୍ୱାଡ୍। ସେ ଚେନ୍ନାଇ ପାଇଁ ଦୁଇଟି ମ୍ୟାଚ୍ ଖେଳିଥିବାବେଳେ ସେତେଟା ସଫଳ ହୋଇପାରିନାହାନ୍ତି। ହେଲେ ଅଧିକ ମ୍ୟାଚରେ ତାଙ୍କୁ ସୁଯୋଗ ମିଳିଲେ ସେ ସଫଳ ହେବ ବୋଲି କୁହାଯାଉଛି।

ମୁରଲୀ ବିଜୟ

ସେହିପରି ମୁରଲୀ ବିଜୟ ମଧ୍ୟ ଯାଦବଙ୍କ ସ୍ଥାନରେ ଚେନ୍ନାଇ ପାଇଁ ଭଲ ବିକଳ୍ପ ସାଜିପାରିବେ। ତାଙ୍କ ଦ୍ୱାରା ଚେନ୍ନାଇର ମଧ୍ୟମକ୍ରମ ବେଶ ଶକ୍ତିଶାଳୀ ହୋଇପାରିବ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ କହିବା ଆରମ୍ଭ କରିଛନ୍ତି। ପୂର୍ବରୁ ମଧ୍ୟ ବିଜୟ ଚେନ୍ନାଇ ପାଇଁ ଅନେକ ମ୍ୟାଚ୍ ବିଜୟୀ ଇଂନିସ ଖେଳିଛନ୍ତି।

Comment