ଓଡ଼ିଶାଲାଇଭ୍ ବ୍ୟୁରୋ

ଯାଜପୁରର ପ୍ରସିଦ୍ଧ ବିରଜା ରଥଯାତ୍ରା ଆୟୋଜନ କରିବାକୁ ଅନୁମତି ଦେଲେ ହାଇକୋର୍ଟ। କୋଭିଡ୍ କଟକଣାକୁ ମାନି ଏବର୍ଷ ରଥଯାତ୍ରା ଆୟୋଜନ କରିବାକୁ କୋର୍ଟ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତା ୧୭ ତାରିଖରେ ଯାଜପୁର ବିରଜା ଠାକୁରାଣୀଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଆଜି ହାଇକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି। ତେବେ ଏଥିପାଇଁ ସମସ୍ତ ପ୍ରକାର କୋଭିଡ୍ କଟକଣା ଲାଗୁ ହେବ। କଟକଣାକୁ ମାନି ରଥଯାତ୍ରା ଆୟୋଜନ କରାଯିବ ବୋଲି କୁହାଯାଇଛି।

ଏହାପୂର୍ବରୁ କରୋନା ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାକୁ ବନ୍ଦ କରିଦିଆଯାଇଥିଲା। ଏହାପରେ ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରାକୁ ନେଇ ମଧ୍ୟ ଆଶଙ୍କା ଦେଖାଦେଇଥିଲା। ଶେଷରେ ସୁପ୍ରିମକୋର୍ଟଙ୍କ ଅନୁମତି ସହିତ କୋଭିଡ୍ କଟକଣା ଭିତରେ ପୁରୀରେ ରଥଯାତ୍ରା ଆୟୋଜନ କରିବାକୁ ଅନୁମତି ଦିଆଯାଇଥିଲା। ଏବେ ସେହିଭଳି ଢଙ୍ଗରେ ଯାଜପୁର ବିରଜାଙ୍କ ରଥଯାତ୍ରା ଆୟୋଜନ ହେବ ବୋଲି କୁହାଯାଉଛି।

Comment