ଓଡ଼ିଶାଲାଇଭ୍ ବ୍ୟୁରୋ

ସେ ହେଉଛନ୍ତି ଉତ୍କଳର ମଣି। ଓଡ଼ିଶାର ମାଟି ପାଣି, ପବନ ତାଙ୍କ ଦେହରେ ମାଂସ ଆଉ ରକ୍ତ ହୋଇ ବୋହୁଥିଲା। ସେଥିପାଇଁ ତ ସେ କହୁଥିଲେ ‘ମିଶୁ ମୋର ଦେହ ଏଦେଶ ମାଟିରେ ଦେଶବାସୀ ଚାଲିଯାଆନ୍ତୁ ପିଠିରେ’। ଉତ୍କଳର ମାଟିକୁ ଭଲ ପାଉଥିବା ସେହି ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଆଜି ପୁଣ୍ୟ ଜନ୍ମତିଥି।

୧୮୬୭ ମସିହା ଅକ୍ଟୋବର ମାସ ୯ ତାରିଖରେ ପୁରୀ ଜିଲ୍ଲା ସୁଆଣ୍ଡୋ ଗାଁରେ ଗୋପବନ୍ଧୁଙ୍କ ଜନ୍ମ। ପିଲା ଦିନରୁ ଗୋପବନ୍ଧୁଙ୍କ ମାତୃବିୟୋଗ ଘଟିଥିଲା। ୧୮୯୩ ମସିହାରେ ସେ ପୁରୀ ଜିଲ୍ଲା ସ୍କୁଲରେ ପାଠ ପଢ଼ିବା ପାଇଁ ନାମ ଲେଖାଇଥିଲେ। ଯେଉଁଠାରେ ତାଙ୍କର ଗୁରୁ ମୁକ୍ତିଆର୍ ରାମଚନ୍ଦ୍ର ଦାସଙ୍କ ସହ ଦେଖା ହୋଇଥିଲା। ତାଙ୍କରି ଠାରୁ ହିଁ ଗୋପବନ୍ଧୁ ଦେଶସେବାର ଶିକ୍ଷା ପାଇଥିଲେ।

ପୁରୀରୁ ମେଟ୍ରିକ୍ ପାସ କରିବା ପରେ ଗୋପବନ୍ଧୁ କଟକ ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢ଼ିଥିଲେ। ସେହିଠାରୁ ହିଁ ସେ ଓଡ଼ିଆ ଭାଷାର ବିଲୋପ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହାପରେ ସେ ମଧୁସୂଦନ ଦାସଙ୍କ ଦ୍ୱାରା ଆହୂତ ଉତ୍କଳ ସମ୍ମିଳନୀରେ ମଧ୍ୟ ଅଂଶଗ୍ରହଣ କରିଥିଲେ।

ପରେ ପରେ ଗୋପବନ୍ଧୁ କଂଗ୍ରେସ ସହ ଜଡ଼ିତ ହେବା ସହିତ ନିଜକୁ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ପରିଚିତ କରିପାରିଥିଲେ। ଏଥିପାଇଁ ସେ ଅନେକ ଥର ଜେଲ୍ ମଧ୍ୟ ଯାଇଛନ୍ତି। ଓଡ଼ିଶାରେ ଯେଉଁ କେତେଜଣ ସ୍ୱାଧୀନତା ସଂଗ୍ରାମୀ ରହିଥିଲେ ତା ଭିତରୁ ଗୋପବନ୍ଧୁ ଅନ୍ୟତମ।

କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ନୁହେଁ ବଂର ଜଣେ କବି ଭାବେ ମଧ୍ୟ ପଣ୍ଡିତେ ବେଶ ପରିଚିତ। ତାଙ୍କ ଲେଖନୀ ମୁନରେ ସେ ଲେଖିଯାଇଛନ୍ତି କାରା କବିତା, ଅବକାଶ ଚିନ୍ତା, ବନ୍ଦୀର ଆତ୍ମକଥା, ଧର୍ମପଦ ଭଳି କାଳଜୟୀ ସାହିତ୍ୟ। ତା ସହିତ ତାଙ୍କରି ଚେଷ୍ଟାରେ ଓଡ଼ିଶାରେ ଜନ୍ମ ନେଇଥିଲା ଦୈନିକ ଖବରକାଗଜ ସମାଜ।

Comment