ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ୩ ଦିନ ବନ୍ଦ ରହିବ ସମ୍ବଲପୁରସ୍ଥିତ ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି(VSSUT) । ଭିସୁଟରେ ଏକାଧିକ କରୋନା ପଜିଟିଭ ଚିହ୍ନ ହୋଇଛନ୍ତି। କରୋନା ସଂକ୍ରମଣ ଦୂର ପାଇଁ  ଏହି ୩ ଦିନ ଭିସୁଟ ପରସରକୁ ବିଶୋଧନ କରାଯିବ।

ଏଥିପାଇଁ ଶନିବାର, ରବିବାର ଓ ସୋମବାର ୩ ବନ୍ଦ ନେଇ ଭିସୁଟ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ଏହି ୩ ଦିନ କୌଣସି କର୍ମଚାରୀ ଆସିବେ ନାହିଁ। ଏହି ଛୁଟିଦିନରେ ଘରେ ରହି ଅନଲାଇନରେ ଛାତ୍ରଛାତ୍ରୀ ପାଠ ପଢ଼ାଇବେ ସମସ୍ତ ଅଧ୍ୟାପକ।

ଏକାଧିକ ପଜିଟିଭ ଚିହ୍ନଟ ହେବା ପରେ ଗତକାଲି କରୋନା ମୁକାବିଲା ନେଇ ଭିସୁଟରେ ଏକ ବୈଠକ ବସିଥିଲା। ସେହି ବୈଠକରେ ଭିସୁଟ ୩ ଦିନ ବନ୍ଦ ନେଇ ଘୋଷଣା ହୋଇଥିଲା।

Comment