ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲ୍ ଖେଳିବେ ଚଣ୍ଡୀଗଡ଼ର ଝିଅ କାଶବୀ ଗୌତମ। ବିସିସିଆଇ ତାଙ୍କୁ ଏଥିପାଇଁ ଅନୁମତି ଦେଇଛି ଏବଂ ଖୁବଶୀଘ୍ର ସେ ଆଇପିଏଲ୍ ଖେଳିବାକୁ ୟୁଏଇ ଗସ୍ତରେ ଯିବେ।
ନଭେମ୍ବର ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ବିସିସିଆଇ ଆନୁକୁଲ୍ୟରେ ମହିଳା ଆଇପିଏଲ୍ ଖେଳାଯିବ। ୟୁଏଇର ଶାରଜା ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟରୁ ଖେଳିବାକୁ କାଶବୀଙ୍କୁ ଅନୁମତି ଦେଇଛି।କାଶବୀଙ୍କ ବୟସ ମାତ୍ର ୧୬ ବର୍ଷ। ସେ ଚଣ୍ଡୀଗଡ଼ କ୍ରିକେଟ୍ ଆସୋସିଏନ୍ ଅଧୀନରେ କ୍ରିକେଟ୍ ଖେଳୁଛନ୍ତି। ଗତବର୍ଷ ଗୋଟିଏ ମ୍ୟାଚରେ କାଶବୀ ୧୦ ୱିକେଟ୍ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେଣୁ ତାଙ୍କୁ ଏଥରର ମହିଳା ଆଇପିଏଲରେ ସାମିଲ୍ କରିବାକୁ ବିସିଆଇ ନିଷ୍ପତ୍ତି ନେଇଛି।
ଗତ କିଛି ବର୍ଷ ଧରି ଆଇପିଏଲ୍ ଭଳି ବିସିସିଆଇ ମହିଳା ଆଇପିଏଲ୍ ଆୟୋଜନ କରୁଛି। ଏଥିରେ ଭାରତୀୟ ଓ ବିଦେଶୀ ଖେଳାଳିଙ୍କୁ ନେଇ ୩ଟି ଦଳ ଗଠନ କରାଯାଇଛି। ଯାହାର ନେତୃତ୍ୱ ନେଉଛନ୍ତି ହରମନପ୍ରୀତ କୌର, ସ୍ମିତି ମାନ୍ଦାନା ଓ ମିତାଲି ରାଜ। ଚଳିତ ବର୍ଷ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ନଭେମ୍ବର ୧ରୁ ୧୦ ତାରିଖ ଭିତରେ ଖେଳାଯିବ।