ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ ପଜିଟିଭ୍ ଥାଇ ମଧ୍ୟ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ସାମିଲ ହେବା ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କୁ ବେଶ୍ ମହଙ୍ଗା ପଡ଼ିଛି। ଏନେଇ ଶୁକ୍ରବାର ତାଙ୍କ ନାଁରେ ଏପିଡେମିକ ଆକ୍ଟ ଆଧାରରେ ମାମଲା ରୁଜୁ ହୋଇଥିଲା ବେଳେ ଶନିବାର ପୋଲିସ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

ସିଆର୍‌ପିସିର ଧାରା – ୪୧(ଏ) ଆଧାରରେ ଶନିବାର ସମୁଦ୍ରକୂଳ ଥାନା ପୋଲିସ ଉମାଙ୍କ ସରକାରୀ ବାସ ଭବନକୁ ଯାଇ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଦେଇଛନ୍ତି। ଆସନ୍ତା ୭ ଦିନ ମଧ୍ୟରେ ବିଧାୟକଙ୍କୁ ଏନେଇ ଉତ୍ତର ରଖିବାକୁ ହେବ ବୋଲି ଏହି ନୋଟିସ୍‌ରେ ଉଲ୍ଲେଖ କରାଯାଇଛି।

ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ କୋଭିଡ ପଜିଟିଭ୍ ଥାଇ ମଧ୍ୟ ପିପିଲି ବିଧାୟକ ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ହଜାର ହଜାର ଲୋକଙ୍କ ଭିତରେ ସାମିଲ ହୋଇଥିଲେ। ଏହାପରେ କୋଭିଡ ନିୟମ ଉଲ୍ଲଂଘନ କରିଥିବା ନେଇ ତାଙ୍କ ନାଁରେ ଅଭିଯୋଗ କରାଯାଇଥିଲା। ପରେ ନିଜର ଭୁଲ୍‌କୁ ସ୍ଵୀକାର କରି ସେ କ୍ଷମା ପ୍ରାର୍ଥନା କରିବା ସହ ସରକାରୀ ନିୟମ ଆଧାରରେ ଯେଉଁ ଦଣ୍ଡ ମିଳିବ ତାକୁ ସେ ଗ୍ରହଣ କରିବେ ବୋଲି କହିଥିଲେ।

Comment