ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୀମା ବିବାଦକୁ ନେଇ ଏବେ ବି ସୁଦ୍ଧା ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏହି ଉତ୍ତେଜନା କମ୍‌ କରିବା ପାଇଁ ସୋମବାର ଉଭୟ ଦେଶ ମଧ୍ୟରେ ଚୁଶୂଲରେ ସପ୍ତମ ଥର ସାମରିକ ଆଲୋଚନା ହେବ। ପୂର୍ବରୁ ହୋଇଥିବା କମାଣ୍ଡରସ୍ତରୀୟ ବୈଠକର କୌଣସି ସୁଫଳ ମିଳିନଥିବା ବେଳେ ଆଜିର ଆଲୋଚନା ଏ ଦିଗରେ ବେଶ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି।

ତେବେ ଯଦି ଆଜିର ବୈଠକରେ ମଧ୍ୟ କୌଣସି ସମାଧାନର ବାଟ ନବାହାରିଲା ଏବଂ ବିବାଦୀୟ ଅଞ୍ଚଳରୁ ସେନା ପ୍ରତ୍ୟାହାର ପାଇଁ ରାଜି ନହେଲା ତେବେ ପରିସ୍ଥିତି ଯୁଦ୍ଧ ଆଡ଼କୁ ମୁହାଁଇବ ବୋଲି କୁହାଯାଇପାରେ।

ଅନ୍ୟପଟେ ଭାରତର ଘନିଷ୍ଠ ସାମରିକ ସହଯୋଗୀ ଆମେରିକା କହିଛି ଯେ ଚୀନକୁ ସାମ୍ନା କରିବା ପାଇଁ ଭାରତକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ରିପୋର୍ଟ ଅନୁସାରେ ଚୀନ ଏଏଲଏସି ନିକଟରେ ୬୦ ହଜାର ସୈନ୍ୟ ମୁତୟନ କରିବା ସହିତ ଆଗୁଆ ପୋଷ୍ଟଗୁଡ଼ିକରେ ଅସ୍ତ୍ରଶସ୍ତ୍ର ଠୁଳ କରିଛି।

 

Comment