ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଦିନକରେ ପୁଣି ୨,୪୨୩ ଆକ୍ରାନ୍ତ
  • ମୋଟ କରୋନା ପଜିଟିଭ୍ ସଂଖ୍ୟା ୨,୫୪,୬୬୨କୁ ବୃଦ୍ଧି
  • ଆଖି ବୁଜିଲେ ଆଉ ୧୮ ଆକ୍ରାନ୍ତ
  • ମୋଟ ମୃତ୍ୟୁସଂଖ୍ୟା ୧,୦୪୦କୁ ବୃଦ୍ଧି

ରାଜ୍ୟର ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍‌ପୁଲ୍‌ରୁ ଆଜି ଆଉ ୨,୪୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୧,୪୧୭ ଓ ସ୍ଥାନୀୟ ଅଞ୍ଚଳରୁ ୧,୦୦୬ ଜଣ ପଜିଟିଭ୍ ଅଛନ୍ତି। ସେହିପରି ଆଜି ରାଜ୍ୟରେ ୧୮ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୨୨୯ ଜଣ, ସୁନ୍ଦରଗଡ଼ରୁ ୧୯୫ ଜଣ, ମୟୂରଭଞ୍ଜରୁ ୧୨୮ ଜଣ, କଟକରୁ ୧୧୮ ଜଣ ଓ ବରଗଡ଼ରୁ ୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୨,୫୪,୬୬୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୨୭,୬୧୫ ଜଣ ସୁସ୍ଥ ହୋଇଥିବା ବେଳେ ୨୫,୯୫୪ ଜଣ ଚିକିତ୍ସାଧୀନ ଅଛନ୍ତି।ସେହିପରି ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧,୦୪୦କୁ ବୃଦ୍ଧି ପାଇଛି।

Comment