ଓଡ଼ିଶାଲାଇଭ୍ ବ୍ୟୁରୋ  

ବର୍ଷ ୨୦୨୦ ପାଇଁ ଅର୍ଥନୀତି କ୍ଷେତ୍ରରେ ନୋବଲ ପୁରସ୍କାର ଘୋଷଣା କରାଯାଇଛି। ଆମେରିକାର ପଲ୍ ମିଲଗ୍ରମ୍ ଓ ରବର୍ଟ ଉଇଲସନଙ୍କୁ ଏହି ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ କରାଯିବ।

ସୋମବାର ଏନେଇ ରୟାଲ ସ୍ଵିଦିଶ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ନିଲାମୀ ପ୍ରକ୍ରିୟାର ନୂଆ ଫର୍ମାଟ ପାଇଁ ଏହି ଦୁଇ ଅର୍ଥନୀତିଜ୍ଞଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ।

ଏହି ଦୁଇ ଅର୍ଥନୀତିଜ୍ଞ ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକାର ଷ୍ଟାନଫୋର୍ଡ ବିଶ୍ଵବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି।

Comment