ଓଡ଼ିଶାଲାଇଭ୍ ବ୍ୟୁରୋ

ମେଡିସିନ କ୍ଷେତ୍ରରେ ନୋବେଲ ପୁରସ୍କାର – ୨୦୨୦ ପାଇଁ ନାମ ଘୋଷଣା ହୋଇଛି। ସୋମବାର ଏହି ପୁରସ୍କାର ପାଇଁ ଯୁଗ୍ମଭାବେ ୩ ଜଣଙ୍କ ନାମ ଘୋଷଣା କରିଛନ୍ତି ନୋବେଲ କମିଟି ସେକ୍ରେଟେରୀ ଜେନେରାଲ।

ହାର୍ଭେ ଜେ. ଅଲଟର, ମାଇକେଲ ହଟନ, ଚାର୍ଲସ ଏସ ରାଇସଙ୍କୁ ମେଡିସିନ କ୍ଷେତ୍ରରେ ବର୍ଷ ୨୦୨୦ ପାଇଁ ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ କରାଯିବ।

ହେପାଟାଇଟିସ ‘ସି’ ଭାଇରସ ଆବିଷ୍କାର ପାଇଁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ ନୋବେଲ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Comment