ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ରାଜ୍ୟରୁ ମୋଟ୍ ୨୭୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ସର୍ବୋପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୧୭୯ ଜଣ, ଯାଜପୁରରୁ ୧୪୮ ଜଣ, ଅନୁଗୁଳରୁ ୧୩୫ ଜଣ, ପୁରୀରୁ ୧୨୭ ଜଣ, ନବରଙ୍ଗପୁରରୁ ୧୨୦ ଜଣ, ବଲାଙ୍ଗିରରୁ ୧୦୭ ଜଣ, ସମ୍ଵଲପୁରରୁ ୧୦୬ ଜଣ, କେନ୍ଦ୍ରାପଡ଼ାରୁ ୧୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏଥିସହିତ ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୨୩୨୯୮୮ରେ ପହଞ୍ଚିଛି।

Comment