ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଇଲା ଖଣି ଆବଣ୍ଟନ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ବିରୋଧରେ ଆଜି ଦଣ୍ଡ ବିଧାନ ହେବାର ଥିଲା। ହେଲେ ଏହି ଦଣ୍ଡ ଶୁଣାଣିକୁ ଘଞ୍ଚାଇ ଦିଆଯାଇଛି। ଆସନ୍ତା ଅକ୍ଟୋବର ୨୬ ତାରିଖରେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ଦଣ୍ଡ ଶୁଣାଣି କରିବେ।

ଏଥିସହିତ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟମାନଙ୍କୁ ମଧ୍ୟ ସେହି କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି।

ଗତ ଅକ୍ଟେବାର ୬ରେ ଝାଡ଼ଖଣ୍ଡ କୋଲବ୍ଲକ ଦୁର୍ନୀତି ମାମଲାରେ ଦିଲ୍ଲୀପ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏଥିସହିତ କୋଇଲା ମନ୍ତ୍ରାଳୟର ଅନ୍ୟ ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଏବଂ ନିତ୍ୟାନନ୍ଦ ଗୌତମଙ୍କୁ ମଧ୍ୟ କୋର୍ଟ ଦୋଷୀ ସାବ୍ୟସ୍ତ ହୋଇଥିଲେ।

୧୯୯୯ରେ ଝାଡ଼ଖଣ୍ଡରେ କୋଲବ୍ଲକ ବଣ୍ଟନରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ସମୟରେ ଦିଲୀପ ରାୟ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କୋଇଲା ମନ୍ତ୍ରୀ ଦାୟିତ୍ଵରେ ଥିଲେ।

LEAVE A REPLY

Please enter your comment!
Please enter your name here