ଓଡ଼ିଶାଲାଇଭ୍ ବ୍ୟୁରୋ

କୋଇଲା ଖଣି ଆବଣ୍ଟନ ଦୁର୍ନୀତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଝାଡ଼ଖଣ୍ଡ କୋଲବ୍ଲକ ଦୁର୍ନୀତି ମାମଲାରେ ମଙ୍ଗଳବାର ସ୍ପେଶାଲ କୋର୍ଟ ଜର୍ଜ ଭାରତ ପରାଶର ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ପ୍ରଥମ କେନ୍ଦ୍ରମନ୍ତ୍ରୀ ଭାବରେ ସେ ଏହି ମାମଲାରେ ଦୋଷୀ ହୋଇଛନ୍ତି।

ଏଥିସହ କୋଇଲା ମନ୍ତ୍ରାଳୟର ଅନ୍ୟ ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଏବଂ ନିତ୍ୟାନନ୍ଦ ଗୌତମଙ୍କୁ ମଧ୍ୟ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ୧୪ରେ ସେମାନଙ୍କ ବିରୋଧରେ କୋର୍ଟ ଦଣ୍ଡ ଘୋଷଣା କରିବା ନେଇ ସୂଚନା ମିଳିଛି।

BREAKING: First conviction of a Minister in the Coal Scam. 

 ୧୯୯୯ରେ ଝାଡ଼ଖଣ୍ଡରେ କୋଲବ୍ଲକ ବଣ୍ଟନରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ସମୟରେ ଦିଲୀପ ରାୟ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କୋଇଲା ମନ୍ତ୍ରୀ ଦାୟିତ୍ଵରେ ଥିଲେ।

Comment