ଓଡ଼ିଶାଲାଇଭ୍‌ ବ୍ୟୁରୋ

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାସ୍ଥଳରୁ ମିଳିଥିବା ମାଂସ, ହାଡ଼ର ଆଜି ହେବ ଡିଏନ୍‌ଏ ଟେଷ୍ଟ।

ଭୁବନେଶ୍ୱର ରାଜଭବନ ଛକ ନିକଟ ପେଟ୍ରୋଲ ପମ୍ପରେ ହୋଇଥିବା ବିସ୍ଫୋରଣରେ ଘଟଣା ସ୍ଥଳରୁ କିଛି ମାଂସ ଟୁକୁଡ଼ା ଓ ହାଡ଼ ମିଳିଥିଲା। ଗଞ୍ଜାମର ଜଣେ ବ୍ୟକ୍ତି ସୀମାଞ୍ଚଳ ପରିଡ଼ା ମଧ୍ୟ ବିସ୍ଫୋରଣ ପରେ ନିଖୋଜ ହୋଇଯାଇଥିଲେ। ଘଟଣାସ୍ଥଳରୁ ସୀମାଞ୍ଚଳଙ୍କ ଫୋନ୍, ପର୍ସ ଓ ବ୍ୟାଗ୍ ମିଳିଥିଲା। ସେଠାରେ ପୋଡ଼ା ମାଂସ ଓ ହାଡ଼ ମଧ୍ୟ ପଡ଼ିଥିଲା। ତେବେ ଏହା ସୀମାଞ୍ଚଳଙ୍କର କି ନୁହେଁ ତାହା ସ୍ପଷ୍ଟ କରିବାକୁ ଡିଏନ୍‌ଏ ଟେଷ୍ଟ କରାଯିବ।

ବୁଧବାର କମିସନରେଟ୍‌ ପୁଲିସ ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଘଟଣାସ୍ଥଳରୁ ମିଳିଥିବା ମାଂସ ଓ ହାଡ଼ର ଡିଏନଏ ଟେଷ୍ଟ କରିବାକୁ ଆବେଦନ କରିଥିଲା। ଏହାକୁ ସ୍ୱୀକୃତି ମିଳିବା ପରେ ଆଜି ଡିଏନଏ ଟେଷ୍ଟ କରାଯିବ। ଏଥିପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସୀମାଞ୍ଚଳଙ୍କ ବାପା, ମା’ ଭଉଣୀ ପହଞ୍ଚିଛନ୍ତି। ଡିଏନ୍‌ଏ ଟେଷ୍ଟ ପରେ ତାହା ସୀମାଞ୍ଚଳଙ୍କର କି ନୁହେଁ ସ୍ପଷ୍ଟ ହୋଇଯିବ।

ଅନ୍ୟପଟେ ଏତେ ବଡ଼ ଘଟଣା ପାଇଁ କିଏ ଦାୟୀ, କାହା ଭୁଲ ଯୋଗୁଁ ଏହି ଅଘଟଣା ଘଟିଲା? ତାହା ସ୍ପଷ୍ଟ କରାଯାଉ। ଦୋଷୀଙ୍କୁ ଦଣ୍ଡ ଦିଆଯାଉ ବୋଲି କହିଛନ୍ତି ସୀମାଞ୍ଚଳଙ୍କ ବାପା। ବୁଧବାର କମିସନରେଟ୍‌ ପୁଲିସ ଭୁବନେଣ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରିଥିଲା। ଏହାକୁ ମିଳିବା ପରେ ଆଜି ଡିଏନଏ ଟେଷ୍ଟ କରାଯିବ।

Comment