ଓଡ଼ିଶାଲାଇଭ୍ ବ୍ୟୁରୋ

ମଧ୍ୟପ୍ରଦେଶରେ ତେଲ ଦର ୧୦୦ ଛୁଇଁବା ପରେ ଜଣେ ଯୁବକ ଅଭିନବ ଢଙ୍ଗରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।

କ୍ରିକେଟ ମଇଦାନରେ ଖେଳାଳିମାନେ ହେଲମେଟ୍ ଆଉ ବ୍ୟାଟ୍ ଧରି ଦର୍ଶକମାନଙ୍କୁ ନିଜ ଭିକ୍ଟ୍ରି ପ୍ରଦର୍ଶନ କରୁଥିବା ଆପଣ ଦେଖିଥିବେ। କିନ୍ତୁ ପେଟ୍ରୋଲ ପମ୍ପରେ କେବେ ଏପରି ଦୃଶ୍ୟ ଦେଖିଛନ୍ତି କି? ମଧ୍ୟପ୍ରଦେଶ ଭୋପାଳରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ପେଟ୍ରୋଲ ପମ୍ପରେ ଜଣେ ବ୍ୟକ୍ତି ହାତରେ ବ୍ୟାଟ୍ ଆଉ ହେଲମେଟ୍ ଧରି ଭିକ୍ଟ୍ରି ପ୍ରଦର୍ଶନ କରିଛନ୍ତି।

ତେବେ ଏହା କେଉଁ ଭଲ ପ୍ରଦର୍ଶନ କିମ୍ଵା ଆକ୍ଚିଭମେଣ୍ଟ ପାଇଁ ନୁହେଁ ବରଂ ପେଟ୍ରୋଲ ଦର ୧୦୦ ଛୁଇଁବାର ଏକ ଭିନ୍ନ ପ୍ରତିବାଦ। ଘଟଣାଟି ଏମିତି ଯେ, ମଙ୍ଗଳବାର ମଧ୍ୟପ୍ରଦେଶରେ ପେଟ୍ରୋଲ ଦର ବଢ଼ି ୧୦୦ ଟଙ୍କାରେ ପହଞ୍ଚିଥିଲା। କ୍ରମାଗତ ଭାବେ ଦର ବଢ଼ିବା ପରେ ସାଧାରଣ ଖାଉଟିଙ୍କ ଉପରେ ଏହା ବେଶ୍ ପ୍ରଭାବ ପକାଇଛି। ଏଥିପାଇଁ ଭୋପାଳର ଜଣେ ବ୍ୟକ୍ତି ପେଟ୍ରୋଲ, ଡିଜେଲର ଏହି ଚଢ଼ାଦରକୁ ପ୍ରତିବାଦ କରି ପେଟ୍ରୋଲ ପମ୍ପରେ ବ୍ୟାଟ୍, ହେଲମେଟ୍ ଧରି ବ୍ୟଙ୍ଗାତ୍ମକ ଢଙ୍ଗରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ।

ଉକ୍ତ ବ୍ୟକ୍ତିଜଣକ ଭିକ୍ଟ୍ରି ପ୍ରଦର୍ଶନ କରିବା ବେଳର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଟୁଇଟରରେ ଏହି ଫଟୋ ଏବେ ଟ୍ରେଣ୍ଡରେ ରହିଛି।

Comment