ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ କିଛି ମାସ ହେବ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି। ବିବାଦକୁ ଟାଳିବା ପାଇଁ ଦୁଇ ଦେଶ ମଧ୍ୟରେ ଲଗାତର ଚେଷ୍ଟା କରାଯାଉଛି। କିନ୍ତୁ ଏଥିପ୍ରତି ଚୀନ ସେନାର ସହମତି ଆଦୌ ଦେଖିବାକୁ ମିଳୁନାହିଁ। ବରଂ ଏନେଇ ଭାରତରେ ଆଗରେ ନୂଆ ସର୍ତ୍ତ ରଖିଛି ଚୀନ।

ଏଲଏସିରେ ଏପ୍ରିଲ ପୂର୍ବରୁ ସ୍ଥିତି ବଜାୟ ରଖିବା ପାଇଁ ଭାରତ ଦାବି କରୁଥିବା ବେଳେ ଚୀନ କହୁଛି ଯେ ଭାରତୀୟ ଯବାନମାନେ ପ୍ରଥମେ ଚୁସୁଲ ସବ୍‌ସେକ୍ଟର ଅନ୍ତର୍ଗତ ପାଙ୍ଗଙ୍ଗ ହ୍ରଦର ଦକ୍ଷିଣ ଉପକୂଳରୁ ଅପସରି ଯାଆନ୍ତୁ। ଆର୍ଥାତ ଭାରତୀୟ ଯବାନମାନେ କବ୍‌ଜା କରି ରଖିଥିବା ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ୍‌ଗୁଡ଼ିକୁ ଖାଲି କରିବା ପରେ ଯାଇ ଚୀନ ପାଙ୍ଗଙ୍ଗ ହ୍ରଦର ଉତ୍ତର ଉପକୂଳସ୍ଥିତ ଫିଙ୍ଗର ୪ରୁ ପଛକୁ ହଟିବ।

ଚୀନର ଏହି ସର୍ତ୍ତ ପାଇଁ ସ୍ଥିତି ସୁଧୁରିବା ପରିବର୍ତ୍ତେ ଅଧିକ ବିଗିଡିବାରେ ଲାଗିଛି। ଭାରତ କୌଣସି ପରିସ୍ଥିରେ ଏହି ସର୍ତ୍ତ ମାନିବ ପାହିଁ ବୋଲି ଜଣାପଡ଼ିଛି।

Comment