ଓଡ଼ିଶାଲାଇଭ୍ ବ୍ୟୁରୋ
ସିଂହଳୀ କ୍ରିକେଟର ମୁଥୟା ମରଲୀଧରନଙ୍କ ଜୀବନ ଉପରେ ନିର୍ମାଣ ହେବାକୁ ଥିବା ଫିଲ୍ମରୁ ବାହାରିଯାଇଛନ୍ତି ସାଉଥ୍ ଅଭିନେତା ବିଜୟ ସେତୁପତି। ଫିଲ୍ମକୁ ନେଇ ତାମିଲନାଡୁରେ ବିବାଦ ଦେଖାଯିବା ପରେ ସେ ଏହି ଫିଲ୍ମରୁ ଓହରିଯାଇଛନ୍ତି।
ଶ୍ରୀଲଙ୍କାର କ୍ରିକେଟର ମୁଥୟା ମୁରଲୀଧରନଙ୍କ ଜୀବନ କାହାଣୀକୁ ନେଇ ‘୮୦୦’ ନାମକ ଫିଲ୍ମ ନିର୍ମାଣ ହେବାକୁ ଅଛି। ହେଲେ ଏହାକୁ ନେଇ ଏବେ ତାମିଲନାଡୁରେ ବିରୋଧ ପ୍ରଦର୍ଶନ ଚାଲିଛି। ତେଣୁ ଏହି ଫିଲ୍ମକୁ କଲେ ବିଜୟ ସେତୁପତିଙ୍କ ଫିଲ୍ମ କ୍ୟାରିୟର ଖରାପ ହେବ ବୋଲି କୁହାଯାଉଛି। ତେଣୁ ସେ ଏହି ଫିଲ୍ମରୁ ଓହରିଯାଇଛନ୍ତି ବୋଲି ସୂଚନା ଦେଇଛନ୍ତି।
ଅନ୍ୟପଟେ ଏହି ଘଟଣାକୁ ନେଇ ନିଜେ ମୁଥୟା ମୁରଲୀଧରନ ମଧ୍ୟ ନିଜର ମତ ରଖିଛନ୍ତି। ଫିଲ୍ମକୁ ନେଇ ସେ ନିଜ ଆଡୁ କୌଣସି ସୂଚନା ଦେଇନଥିଲେ। ପ୍ରଥମେ ଫିଲ୍ମର ନିର୍ମାତା ହିଁ ତାଙ୍କୁ ଏନେଇ କହିଥିଲେ। ଏବେ ଏହାକୁ ନେଇ ବିବାଦ ଦେଖାଯାଇଥିବାବେଳେ ଏହି ଫିଲ୍ମର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।
ମୁଥୟା ମୁରଲୀଧରନ ଶ୍ରୀଲଙ୍କା ସିଭିଲ୍ ୱାର୍ ସମୟରେ ସରକାରଙ୍କୁ ସମର୍ଥନ କରିବା ସହିତ ତାମିଲ୍ ଆତଙ୍କବାଦୀ ସଙ୍ଗଠନ ଏଲଟିଟିଇକୁ ବିରୋଧ କରିଥିଲେ। ଯାହାକୁ ନେଇ ଏବେ ତାଙ୍କ ଫିଲ୍ମକୁ ତାମିଲନାଡୁରେ ବିରୋଧ କରାଯାଉଛି।

















