ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଡ଼ କମାଇବା ପାଇଁ ଓ ଶ୍ରଦ୍ଧାଳୁମାନେ ଯେପରି ସୁରୁଖୁରୁରେ ଅଭଡ଼ା ପାଇପାରିବେ ସେଥି ସକାଶେ ପୁରୀ ଜଗନ୍ନାଥ ମନ୍ଦିର ନିକଟରେ ଦୁଇଟି କାଉଣ୍ଟର ଖୋଲାଯିବ। ସୁଆର ମହାସୁଆର ନିଯୋଗ ପକ୍ଷରୁ ଏକଥା ଘୋଷଣା କରାଯାଇଛି। କାର୍ତ୍ତିକ ମାସ ଭିଡ଼ ଓ ହବିଷ ରଖୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ମାର୍ଚ୍ଚ ୨୦ ତାରିଖରୁ ଶ୍ରୀମନ୍ଦିର ଓ ମନ୍ଦିର ବେଢାରେ ମହାପ୍ରସାଦ ସେବା ବନ୍ଦ ରହିଛି। ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି ଯେ ଆମେ ଅଧିକ ମହାପ୍ରସାଦ ବ୍ୟବସ୍ଥା କରିବୁ ଓ ଯେଉଁମାନେ ମୋଟା ପରିମାଣରେ ପ୍ରସାଦ ଚାହିଁବେ ତାହା ବି ଯୋଗାଇ ଦିଆଯିବ।

Comment