ଓଡ଼ିଶାଲାଇଭ୍ ବ୍ୟୁରୋ

ଗତ କିଛି ଦିନ ଧରି ରାଜ୍ୟରେ ପରିବା ଦର ଆକାଶ ଛୁଆଁ ହୋଇଛି।

ପରିବା ଦରରେ ଲାଗିଛି ନିଆଁ। ସ୍ଥିତି ଏମିତି ଯେ, ଖାଉଟିମାନଙ୍କୁ ଏବେ ବଜାର ଯିବାକୁ ଡର ମାଡିଲାଣି। ପୂର୍ବରୁ ଯେତେବେଳେ ଶହେ, ଦୁଇ ଶହ ଟଙ୍କାରେ ପରିବା ବ୍ୟାଗ ଭର୍ତ୍ତି ହେଇଯାଉଥିଲା ଏବେ ପାଞ୍ଚ ଶହ ଟଙ୍କା ନେଲେ ବି ବ୍ୟାଗ ଭର୍ତ୍ତି ହେଉନି।

ପରିବା ବଜାରରେ ଖାଉଟିମାନଙ୍କୁ ଅଧିକ କଷ୍ଟ ଦେଉଛି ପିଆଜ। ପୂର୍ବରୁ ପିଆଜ କିଲୋ ୩୫ରୁ ୪୦ ଟଙ୍କା ରହିଥିଲା। ହେଲେ ଦିନ କେଇଟାରେ ଏହି ଦର ଆସି ୮୦ ଛୁଇଁଲାଣି। ଆଗକୁ ଦର ବଢ଼ି ଶହେ ଟଙ୍କା ହେବ ବୋଲି ମଧ୍ୟ କୁହାଯାଉଛି। ଏଭଳି ସ୍ଥିତିରେ ଗରିବ, ଖଟିକିଆ ଲୋକଙ୍କ ପରିବା ବ୍ୟାଗରୁ ପିଆଜ ଉଭାନ୍ ହେବାକୁ ବସିଲାଣି।ମହାରାଷ୍ଟର ନାସିକ, ଆନ୍ଧ୍ର ଆଉ କୋଲକାତାରୁ ଓଡ଼ିଶାକୁ ପିଆଜ ଆସିଥାଏ। ହେଲେ ଲଗାଣ ବର୍ଷା କାରଣରୁ ଏବେ ଆନ୍ଧ୍ର, କୋଲକାତାରେ ପିଆଜ ଅମଳ ବନ୍ଦ ହେଇଯାଇଛି। ମହାରାଷ୍ଟ୍ରରୁ ଯେତିକି ପିଆଜ ଆସୁଛି ସେତିକିରେ ଖାଉଟିଙ୍କ ଚାହିଦା ପୂରଣ ହେଉନି। ସେଥିପାଇଁ ଦର ବଢୁଛି ବୋଲି ଇନ୍ଦ୍ରଧନୁ ମାର୍କେଟର ପିଆଜ ବ୍ୟବସାୟୀ ବାସୁ ବେହେରା କହିଛନ୍ତି।

ସେହିପରି ବଜାରରେ ଏବେ ଆଳୁ ୩୫ ଟଙ୍କା ରହିଛି। କିଛି ଦିନ ହେଲା ଆଳୁ ଦର ବଢୁଥିଲେ ହେଁ, ଏବେ କିନ୍ତୁ ଦର ସାମାନ୍ୟ ଖସିଛି। ଏହାକୁ ଛାଡ଼ିଦେଲେ ମାର୍କେଟରେ ପରିବା ଦର ସବୁ ୩୦ ଉପରେ ରହିଛି।vegatable ଗତକାଲି ପରିବା ମାର୍କେଟରେ ବାଇଗଣ କିଲୋ ୪୦ ଟଙ୍କା ଥିଲା। ସେହିପରି ଟମାଟୋ, ପୋଟଳ, ଜହ୍ନି, ଝୁଡ଼ଙ୍ଗ ଆଦି ପରିବାର କିଲୋ ପ୍ରତି ଦାମ ୩୫ରୁ ୪୦ ଟଙ୍କା ଭିତରେ ରହିଥିଲା। ଆନ୍ଧ୍ର ଆଉ କୋଲାକାତାରେ ବର୍ଷ ହେଉଥିବାରୁ ମାଲ୍ ଠିକ୍ ସେ ଆସିପାରୁନି। ଯେତିକି ଜିନିଷ ଆସୁଛି ସେତିକି ବଜାରକୁ କମ ହେଉଛି। ତେଣୁ ଦର ବଢୁଛି ବୋଲି କୁହାଯାଉଛି।vegatable marketଅନ୍ୟପଟେ ପରିବା ଭିତରେ ସବୁଠୁ ଅଧିକ ଦାମରେ ରହିଛି ବିନ୍ ଓ ଭେଣ୍ଡି। ଏହି ଦୁଇ ପରିବାର ଦାମ ୫୦ ଉପରେ ରହିଛି। ଭେଣ୍ଡିର କିଲୋପ୍ରତି ଦାମ ଗତକାଲି ୬୦ ଟଙ୍କା ରହିଥିବାବେଳେ, ବିନ୍ କିଲୋ ୮୦ରୁ ୧୦୦ ଟଙ୍କା ଭିତରେ ରହିଥିଲା।

ପରିବା ଦର ବୃଦ୍ଧିକୁ ନେଇ ଖାଉଟିମାନେ ମଧ୍ୟ ବେଶ ଅସନ୍ତୋଷ ଅଛନ୍ତି। କରୋନା କାଳରେ ଟଙ୍କା ପଇସାର ଅଭାବ ଥିବାବେଳେ ପରିବା ଦରଦାମ ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ବୋଲି ଜଣେ ଖାଉଟି କହିଛନ୍ତି।

Comment