ଓଡ଼ିଶାଲାଇଭ୍ ବ୍ୟୁରୋ

ଆହୁରି ଦୁଇ ମାସ ପର୍ଯ୍ୟନ୍ତ ପିଆଜ ଦର ଖସିବନି। ଖାଲି ପିଆଜ ନୁହେଁ ଆଳୁ ଦର ବି ଖସି ନପାରେ। କେନ୍ଦ୍ର ସରକାର ପିଆଜକୁ ଅତ୍ୟାବଶକ ସାମଗ୍ରୀରୁ ବାଦ୍ ଦେବା ହିଁ ଦରବୃଦ୍ଧିର ମୁଖ୍ୟ କାରଣ ବୋଲି ଶନିବାର ପିଆଜ ଦର ବୃଦ୍ଧି ପ୍ରସଙ୍ଗରେ ଏପରି କହିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ।

“ପିଆଜ ଦର ବୃଦ୍ଧି ଆହୁରି ଦୁଇ ମାସ ପର୍ଯ୍ୟନ୍ତ ଜାରି ରହିବ। ୧୯୫୫ର ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ କିଛି ଦିନ ତଳେ କେନ୍ଦ୍ର ସରକାର ଯେଉଁ ସଂଶୋଧନ ଆଣିଥିଲେ ଦର ବୃଦ୍ଧି ପଛରେ ତାହା ହିଁ ମୁଖ୍ୟ କାରଣ। ଦର ନିୟନ୍ତ୍ରଣରେ ଏବେ ରାଜ୍ୟ ସରକାରମାନଙ୍କ କୌଣସି ଭୂମିକା ନାହିଁ”, କହିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ।ସେ ଆହୁରି ମଧ୍ୟ କହିଛନ୍ତି ଯେ, “ପୂର୍ବରୁ ଷ୍ଟକ୍ ତଦାରଖ କରିବା ଓ ଜରୁରୀ ସାମଗ୍ରୀର ଯୋଗାଣ ଓ ପରିବହନ ଉପରେ ରାଜ୍ୟ ସରକାରଙ୍କ ଅଧିକାର ରହୁଥିଲା। କିନ୍ତୁ ଏବେ ଏହା ଆଉ ତାହା ରାଜ୍ୟ ସରକାରଙ୍କ ଦାୟିତ୍ୱ ହୋଇ ରହିନାହିଁ। ତେଣୁ ଆଉ ଦୁଇ ମାସ ପିଆଜ ଏବଂ ଆଳୁ ଦର ମନଇଚ୍ଛା ବଢ଼ିବ ଏଥିରେ ସନ୍ଦେହ ନାହିଁ।”

ଇତି ମଧ୍ୟରେ କେନ୍ଦ୍ର ସରକାର ପିଆଜ ଷ୍ଟକ୍ ଉପରେ କଟକଣା ଜାରି କରିଛନ୍ତି। ନୂଆ ଆଇନ ଅନୁଯାୟୀ କୌଣସି ହୋଲସେଲର ୨୫ ଟନରୁ ଅଧିକ ପିଆଜ ରଖି ପାରିବେ ନାହିଁ। ସେହିଭଳି ଖୁଚୁରା ବେପାରୀମାନେ ଅତି ବେଶୀରେ ୨ ଟନ ପିଆଜ ଗଛିତ ରଖି ପାରିବେ।

LEAVE A REPLY

Please enter your comment!
Please enter your name here