ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଫୋନ୍ ପେ, ଗୁଗୁଲ ପେ, ପେଟିଏମ୍ ଓ ଆମାଜନ୍ ପେ ଭଳି ଯେକୌଣସି ପେମେଣ୍ଟ ଆପରୁ ଆପଣ କ୍ୟୁଆର୍ କୋଡ୍ ବ୍ୟବହାର କରି ସମସ୍ତ ପେମେଣ୍ଟ ଆପକୁ ଟଙ୍କା ପଠାଇ ପାରିବେ। ‘ଏକ୍ସକ୍ଲୁସିଭ୍ କ୍ୟୁଆର୍ କୋଡ୍’ ବ୍ୟବହାର ନକରିବାକୁ ଆରବିଆଇ ସମସ୍ତ ପେମେଣ୍ଟ ଆପ୍ କମ୍ପାନିକୁ ନିର୍ଦ୍ଦେଶ ଜାରି କରିଛନ୍ତି।

ପୂର୍ବରୁ କେତେକ ପେମେଣ୍ଟ୍ ଆପ ‘ଏକ୍ସକ୍ଲୁସିଭ୍ କ୍ୟୁରଆର୍ କୋଡ୍’ ବ୍ୟବହାର କରୁଥିଲେ। ଏହାଦ୍ୱାରା ଗ୍ରାହକମାନେ କେବଳ ସେହି ଗୋଟିଏ କମ୍ପାନିର ଆପରେ କ୍ୟୁଆର୍ କୋର୍ଡ ସ୍କ୍ରିନିଂ କରି ଟଙ୍କା ଟ୍ରାନ୍ସଫର୍ କରିପାରୁଥିଲେ। ହେଲେ ନୂଆ ନିୟମ ଜାରି ହେବା ଦ୍ୱାରା ଏବେ ଗ୍ରାହକମାନେ ଯେକୌଣସି ଆପରୁ କ୍ୟୁଆର୍ କୋଡ୍ ସ୍କ୍ରିନିଂ କରି ଟଙ୍କା ଟ୍ରାନ୍ସଫର୍ କରିପାରିବେ।ରିଜର୍ଭ ବ୍ୟାଙ୍କଙ୍କ ଏହି ନିର୍ଦ୍ଦେଶ ପୂର୍ବରୁ ଅନେକ ପେମେଣ୍ଟ ଆପ ଏହି ସୁବିଧାକୁ ଆରମ୍ଭ କରିସାରିଲେଣି। ହେଲେ ଯେଉଁ କମ୍ପାନିମାନେ ଏହା କରିନାହାନ୍ତି ସେମାନଙ୍କୁ ୨୦୨୨ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆରବିଆଇର କହିବା ମୁତାବକ, ଦେଶରେ ଏବେ ୟୁପିଆଇ କ୍ୟୁଆର୍ ଓ ଭାରତ କ୍ୟୁଆର୍ କାର୍ଯ୍ୟକ୍ଷମ ଅଛି। ଏହି ଦୁଇ କ୍ୟାଆର୍ କୋଡ୍ ସିଷ୍ଟମ ଆଗକୁ ମଧ୍ୟ ଭାରତରେ ଜାରି ରହିବ। ଏହାଦ୍ୱାରା ଲୋକମାନେ ଡିଜିଆଲ୍ ଜରିଆରେ ଟଙ୍କା ଦେଣନେଣ କରିପାରିବେ।

LEAVE A REPLY

Please enter your comment!
Please enter your name here