ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫୋନ୍‌ ପେ, ଗୁଗଲ ପେ, ପେଟିଏମ୍‌ ବ୍ୟବହାରକାରୀଙ୍କ ପାଇଁ ଦୁଃଖ ଖବର, ଏଣିକି ଟ୍ରାଞ୍ଜାକ୍ସନ୍ ଉପରେ ଲାଗିବ ଚାର୍ଜ

ଫୋନ୍‌ ପେ, ଗୁଗଲ ପେ, ପେଟିଏମ୍‌ ବ୍ୟବହାରକାରୀଙ୍କ ପାଇଁ ଦୁଃଖ ଖବର। ଏଣିକି ଆପଣ ମାଗଣାରେ ଟଙ୍କା ପଠାଇପାରିବେ ନାହିଁ। ଯଦି ଆପଣ ୟୁନିଫାଏଡ୍ ପେମେଣ୍ଟ୍‌ ଇଣ୍ଟରଫେସ୍‌( ୟୁପିଆଇ ) ମାଧ୍ୟମରେ ଟଙ୍କା ନେଣଦେଣ କାମ କରୁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ଚାର୍ଜ ଦେବାକୁ ପଡ଼ିବ। ଏଣିକି ଏହି ମାଗଣା ସେବା ବନ୍ଦ ହେବାକୁ ଯାଉଛି।

ମଙ୍ଗଳବାର କୋଟାକ ମହିନ୍ଦ୍ରା ବ୍ୟାଙ୍କ ପ୍ରଥମ ବ୍ୟାଙ୍କ ଭାବେ ଏହି ନିୟମ ଲାଗୁ କରିବା ନେଇ ଘୋଷଣା କରିଛି। ୟୁପିଆଇ ଜରିଆରେ କରାଯାଉଥିବା ଟ୍ରାଞ୍ଜାକ୍ସନ୍ ଉପରେ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଏଣିକି ଶୁଳ୍କ ନେବ।

୧୦୦୦ ଟଙ୍କା ମଧ୍ୟରେ କରାଯାଉଥିବା ସମସ୍ତ ଟ୍ରାଞ୍ଜାକ୍ସନ୍ ଉପରେ ୨.୫୦ ଟଙ୍କା ଚାର୍ଜେସ ଲଗାଇବାକୁ ଘୋଷଣା କରାଯାଇଛି। ସେହିପରି ୧୦୦୦ରୁ ଅଧିକ ଟଙ୍କାର ଟ୍ରାଞ୍ଜାକ୍ସନ୍ ପାଇଁ ୫ ଟଙ୍କା ଦେବାକୁ ପଡିବ ବୋଲି କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ଆସନ୍ତା ମେ ୧ ତାରିଖରୁ ଏହି ନୂଆ ନିୟମ ଲାଗୁ ହେବ ବୋଲି ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଫୋନ୍ ପେ, ଗୁଗୁଲ ପେ ଓ ପେଟିଏମ ଉପରେ ଏହି ନିୟମ ଲାଗୁ କରାଯାଇଛି। ତେବେ ଅନ୍ୟ ବ୍ୟାଙ୍କଗୁଡ଼ିକରେ ଏହି ନିୟମ ଲାଗୁ ହେବ କି ନାହିଁ ସେନେଇ କୌଣସି ସୂଚନା ମିଳିପାରିନାହିଁ।

Comment