ଓଡ଼ିଶାଲାଇଭ୍‌ ବ୍ୟୁରୋ

ପେଟିଏମରେ ନୂଆ ଆକାଉଣ୍ଟ ଖୋଲିବାକୁ ନେଇ ଲାଗିଥିବା ପ୍ରତିବନ୍ଧକକୁ ଏବେ ରିଜର୍ଭ ବ୍ୟାଙ୍କ ହଟାଇ ଦେଇଛି। ନୋ ଇୟୋର କଷ୍ଟୋମର ନିୟମ ଉଲ୍ଲଙ୍ଘନ କରିବାକୁ ନେଇ ପେଟିଏମ ଉପରେ ଏହି ପ୍ରତିବନ୍ଧକ ଲାଗିଥିଲା। ଏବେ ପେଟିଏମ ଇ ୱାଲେଟ ଏବଂ ପେମେଣ୍ଟ ବ୍ୟାଙ୍କର ଆକାଉଣ୍ଟ ଖୋଲିପାରିବ। ତେବେ ତାକୁ ଏବେ ନୋ ଇୟୋର କଷ୍ଟମରର ନିୟମାବଳୀକୁ ପାଳନ କରିବାକୁ ପଡ଼ିବ।

୨୦୧୫ରୁ ପେଟିଏମ ବ୍ୟାଙ୍କ ଖୋଲା ଯାଇଛି। ଏହା ପରେ ୨୦୧୭ରେ ଭାରତରେ ବିଧିବଧ ଭାବରେ ଏହାର ଆରମ୍ଭ ହୋଇଥିଲା। ଏକ ଯାଞ୍ଚରୁ ଜଣାପଡ଼ିଥିଲା ଯେ ପେଟିଏମ ନିଜର ପେମେଣ୍ଟ ବ୍ୟାଙ୍କରେ ଚାଲୁ ଖାତା ଖୋଲୁଥିଲା। ତେଣୁ ଜୁନ ୨୦ରୁ ଏହା ଉପରେ ଏହି ପ୍ରତିବନ୍ଧକ ଲାଗିଥିଲା। ଆରବିଆଇ ଏବେ ନିର୍ଦ୍ଦେଶ ଦେଇଛି ଯେ, କୌଣସି ବ୍ୟାଙ୍କ ପେଟିଏମର ମୁଖ୍ୟ ହୋଇପାରିବ।

Comment