ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଂଶୋଧିତ ଟ୍ରାଫିକ ନିୟମ ଦେଶରେ ଲାଗୁ ହେବା ପରେ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କ ଉପରେ ଭୀଷଣ ଜୋରିମାନା ଲଗା ଯାଉଛି। ଗାଡ଼ି ଚଲାଇବା ବେଳେ କେଉଁଠି କେମିତି ଅଜାଣତରେ ଭୁଲ ହୋଇଯାଇ ପାରେ ଓ ସେଥିପାଇଁ ଆପଣଙ୍କୁ ତଣ୍ଡ ଗଣିବାକୁ ପଡିପାରେ। ଏମିତି ବି ସମ୍ଭବ ଯେ ଚାଲାଣ କଟିବା ବେଳେ ଆପଣଙ୍କ ପାଖରେ ପଇସା ନଥାଇ ପାରେ। ସେହି ପରିସ୍ଥିତିରେ ଆପଣ ପେଟିଏମରେ ବି ଜରିମାନା ଗଣି ପାରିବେ।

ମୋବାଇଲରେ ପେଟିଏମ ଆପ ଡାଉନଲୋଡ କରିବା ପରେ ଡାହାଣ ପଟରେ ‘ମୋର’ ବା ଅଧିକ ଅପ୍ସନ ଦେଖାଯିବ। ଏଥିରେ ଚାଲାଣ ବିକଳ୍ପ ଦେଖାଯିବ। ଏହି ବିକଳ୍ପ ଉପରେ କ୍ଲିକ କରିବା ସହ ଏକ ନୂଆ ଉଇଣ୍ଡୋ ଖୋଲିବ।ସେଥିରେ ‘ପେ ୟୋର ଟ୍ରାଫିକ ଚାଲାଣ’ ଅପ୍ସନ ଆଖିରେ ପଡ଼ିବ। ତା ପରେ ଆପଣଙ୍କୁ ଟ୍ରାଫିକ ଅଥରିଟି ସିଲେକ୍ଟ କରିବାକୁ ହେବ। ଯଦି ଆପଣ ଓଡ଼ିଶାର ହୋଇଥାନ୍ତି ତେବେ ଓଡ଼ିଶା ଟ୍ରାଫିକ ପୋଲିସକୁ ବାଛିବା ପାଇଁ ହେବ।

ତା ପରେ ଆପଣଙ୍କୁ ଚାଲାଣ ନମ୍ବର,ଗାଡ଼ି ନମ୍ବର, ଇଞ୍ଜିନ ନମ୍ବର ଓ ଚେସିସ ନମ୍ବରର ଶେଷ 4ଟି ସଂଖ୍ୟା ଭରିବାକୁ ପଡ଼ିବ। ତା ପରେ ପ୍ରସିଡ ବଟନକୁ କ୍ଲିକ କରିବେ। ଏବେ ଟଙ୍କାର ପରିମାଣ ଲେଖିବେ ଓ ପେମେଣ୍ଟ ମୋଡ଼କୁ ଯାଇ ଚାଲାଣ ଜରିମାନା ଦେଇପାରିବେ।

Comment