ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେପ୍ଟେମ୍ବର ମାସରୁ ଅକ୍ଟୋବର ମାସ ଭିତରେ ଓଡ଼ିଶାରେ ଟ୍ରାଫିକ୍ ଫାଇନ୍ ବାବଦକୁ ୧ କୋଟି ଟଙ୍କା ଆଦାୟ  ହୋଇଛି। ଗୁରୁବାର ବିଧାନସଭାର ଶୀତ ଅଧିବେଶନରେ ଏପରି ତଥ୍ୟ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ପରିବହନ ମନ୍ତ୍ରୀଙ୍କ କହିବା ଅନୁସାରେ, ଦେଶରେ ନୂଆ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ଓଡ଼ିଶାରେ ଅକ୍ଟୋବର ମାସ ଶେଷ ସୁଦ୍ଧା ୧ କୋଟି ଟଙ୍କାର ଫାଇନ୍ ଆଦାୟ ହୋଇଛି। କେବଳ ଡ୍ରାଇଭିଂ ଲାଇସେନ୍ସ ନଥିବା ଚାଳକମାନଙ୍କ ପାଖରୁ ୪୬ ଲକ୍ଷ ଟଙ୍କା ଚାଲାଣ କଟା ହୋଇଛି।

ସେହିଭଳି ବିନା ଇନ୍ସୁରାନ୍ସରେ ଗାଡ଼ି ଚଲାଇବା କାରଣରୁ ମୋଟ୍ ୧୩ ଲକ୍ଷ ୭୯ ହଜାର ଟଙ୍କା ଫାଇନ୍ ଆଦାୟ ହୋଇଛି। ଅନ୍ୟପଟେ ମଦୁଆ ଡ୍ରାଇଭରଙ୍କ ପାଖରୁ ମୋଟ ୭ ଲକ୍ଷ ୩୮ ହଜାର ଟଙ୍କା ଚାଲାଣ କଟାଯାଇଥିବା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

ଗତ ସେପ୍ଟେମ୍ବର ୧ ତାରିଖରୁ କେନ୍ଦ୍ର ସରକାର ଦେଶରେ ନୂଆ ମୋଟର ଯାନ ଆଇନ୍ ଲାଗୁ କରିଥିଲେ। ଏହାଫଳରେ ଟ୍ରାଫିକ୍ ଉଲଘଂନକାରୀମାନଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡୁଥିଲା। ତେବେ ବିଭିନ୍ନ ସ୍ଥାନରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ୩ ମାସ ପାଇଁ ନିୟମକୁ କୋହଳ କରିଛନ୍ତି।

Comment