ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ଆର୍ଥିକ ବର୍ଷରେ ପେଟିଏମକୁ ୮୭୯.୬ କୋଟି ଟଙ୍କାର ଘାଟା ହୋଇଥିଲା। ତେବେ ତାର ଏହି ଘାଟାର କିଛି ମୁଖ୍ୟ କାରଣ ରହିଛି।

କମ୍ପାନିରେ କର୍ମଚାରୀ ବଢିବା, ଇନଫରମେସନ ଟେକ୍ନୋଲୋଜି ଓ ଆଡ୍ ଉପରେ ଖର୍ଚ୍ଚ କରିବା ଫଳରେ କମ୍ପାନିର ଖର୍ଚ୍ଚ ୨ଗୁଣା ହୋଇଯାଇଛି।

ପେଟିଏମ୍ ଗତବର୍ଷ ୧୯୪୭ କୋଟି ଟଙ୍କା ତୁଳନାରେ ଚଳିତବର୍ଷ ୪୭୧୮ କୋଟି ଟଙ୍କା ଖର୍ଚ୍ଚ କରିଛି। ଆଡ୍ ଓ ପ୍ରମୋଶନରେ ମଧ୍ୟ କମ୍ପାନି ବହୁତ ଖର୍ଚ୍ଚ କରିଛି।

ଗତବର୍ଷ ତୁଳନାରେ ୯୬୭ କୋଟି ତୁଳନାରେ କମ୍ପାନୀ ଚଳିତବର୍ଷ ୨୯୧୭ କୋଟି ଟଙ୍କା ଆଡ୍ ପାଇଁ ଖର୍ଚ୍ଚ କରିଛି। କମ୍ପାନି ଚଳିତବର୍ଷ ବିତ୍ତବର୍ଷରେ କର୍ମଚାରୀଙ୍କ ଉପରେ ୫୪୦ କୋଟି ଟଙ୍କା ଖର୍ଚ୍ଚ କରିଛି।

ରେଭିନ୍ୟୁ ବଢିଛି, ତଥାପି ଘାଟାରେ କମ୍ପାନି

କମ୍ପାନି ୨୦୧୭-୧୮ ବିତ୍ତ ବର୍ଷରେ କର୍ମଚାରୀଙ୍କ ପାଇଁ ୫୪୦ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହା ହେଉଛି ୱାନ୯୭ କମ୍ୟୁନେକେସନ୍ସର ସହାୟକ କମ୍ପାନି।

ପେଟିଏମର ଇ-କମର୍ସ ୱେବସାଇଟ୍ ପେଟିଏମ୍ ମଲ୍ ମନ୍ତ୍ରାଳୟକୁ ଦିଆଯାଇଥିବା ସୂଚନାରେ ଉଲ୍ଲେଖ ରହିଛି କି ଆର୍ଥିକବର୍ଷ ୨୦୧୭-୧୮ ସମୟରେ ୧,୭୮୭.୫୫ କୋଟି ଟଙ୍କାର ଘାଟା ହୋଇଥିଲା। ତେବେ ଗତ ବର୍ଷ କମ୍ପାନିକୁ ୧୩.୬୩ କୋଟି ଟଙ୍କାର ଘାଟା ହୋଇଥିଲା।

Comment