ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଗୁଲ ପେ’ ବ୍ୟବହାରକାରୀଙ୍କ ପାଇଁ ଖୁସିର ଖବର। ନୂଆବର୍ଷ ହେବା ପୂର୍ବରୁ ସେମାନେ ଗୁଗୁଲ ପେ’ରେ ୨୦୨୦ ଟଙ୍କା ଜିତିପାରିବେ।

ଏଥିପାଇଁ ଗୁଗୁଲ ପେ’ ତରଫରୁ ଏକ ଅଫର୍ ଘୋଷଣା କରାଯାଇଛି। ତେବେ ଏଥିପାଇଁ କେତେକ ନିୟମ ମଧ୍ୟ ରହିଛି। ଏହି ଅଫରର ଲାଭ ଉଠାଇବା ପାଇଁ ବ୍ୟବହାରକାରୀଙ୍କୁ ପ୍ରଥମେ ୭ଟି ଷ୍ଟାମ୍ପ ସଂଗ୍ରହ କରିବାକୁ ପଡ଼ିବ। ଏହି ଷ୍ଟାମ୍ପଗୁଡ଼ିକୁ ସଂଗ୍ରହ କରିବା ସହ ଆପଣଙ୍କ ଆକାଉଣ୍ଟରେ ଷ୍ଟାମ୍ପମାନଙ୍କର ଏକ କେକ୍ ତିଆରି ହେବ। ଯେଉଁ ସମୟରେ ଆପଣଙ୍କ ଆକାଉଣ୍ଟରେ ୭ଟି ଷ୍ଟାମ୍ପ ସଂଗ୍ରହ ହୋଇଯିବ ଏବଂ ଆପଣଙ୍କ କେକଟି ସମ୍ପୂର୍ଣ୍ଣ ହୋଇଯିବ,ସେତେବେଳେ ଆପଣ ଗୁଗୁଲ ପେ’ ତରଫରୁ ୨୦୨୦ ଟଙ୍କା ଜିତିବାର ସୁଯୋଗ ପାଇପାରିବେ।

ଏହି ଅଫରର ବ୍ୟବହାରକାରୀମାନଙ୍କ ପାଇଁ ଡିସେମ୍ବର ୨୩ରୁ ଆରମ୍ଭ ହୋଇଗଲାଣି। ଏହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଗୁଗୁଲ ପେ’ ବ୍ୟବହାରକାରୀମାନେ ଏହାର ଲାଭ ଉଠାଇପାରିବେ।

Comment