ଓଡ଼ିଶାଲାଇଭ୍ ବ୍ୟୁରୋ

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର। ଲକଡାଉନ୍ ସମୟରେ ଜିଓ ଆଣିଛି ୱର୍କ ଫ୍ରମ୍ ହୋମ୍ ଅଫର୍। ଯେଉଁଥିରେ ଗ୍ରାହକମାନେ ମାତ୍ର ୨୫୧ ରିଚାର୍ଜ କରି ପ୍ରତିଦିନ ୨ ଜିବି ଡାଟା ସହିତ ଅନଲିମିଟେଡ୍ କଲିଂ ସୁବିଧା ଉଠାଇପାରିବେ।

ଏହି ଅଫରରେ ଗ୍ରାହକମାନେ ମାତ୍ର ୫୧ ଦିନର ବୈଧତା ପାଇପାରିବେ। ଏଥିସହିତ ଏଥିରେ ପ୍ରତିଦିନ ୨ ଜିବି ଲେଖାଏଁ ଇଣ୍ଟରନେଟ୍ ମଧ୍ୟ ମିଳିବ। ଏଭଳି ଭାବେ ଗ୍ରାହକମାନେ ଏଥିରେ ମୋଟ ୧୦୨ ଜିବି ଡାଟା ପାଇପାରିବେ।

ଏଥିସହିତ ଗ୍ରାହକମାନେ ଏଥିରେ ଯେକୌଣସି ନେଟୱର୍କକୁ ମାଗଣା କଲ୍ ମଧ୍ୟ କରିପାରିବେ। ଏଥିସହିତ ପ୍ରତିଦିନ ୧୦୦ ଏସଏମଏସ ସୁବିଧା ମଧ୍ୟ ମିଳିପାରିବ।

Comment