ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ମହାସଂଘ ପକ୍ଷରୁ ଧମର୍ଘଟ ଡକରା ଦିଆଯାଇଛି। ସରକାରୀ ବ୍ୟାଙ୍କରେ ଅପ୍ରତ୍ୟକ୍ଷ ନିଯୁକ୍ତି,ବ୍ୟାଙ୍କ ଗ୍ରହକଙ୍କ ଡାଟା ସୁରକ୍ଷା ଭଳି ବିଭିନ୍ନ ଦାବିକୁ ନେଇ କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ କରାଯିବ।

ଏହି ଧମର୍ଘଟ ପାଇଁ ଅନଲାଇନ ବ୍ୟାଙ୍କିଂ ସୁବିଧା ବ୍ୟାହାତ ହୋଇପାରେ।  ଅଲ୍ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୋଇ ଆସୋସିଏସନର ଜେନେରାଲ ସେକ୍ରେଟାରୀ ସିଏଚ୍ ଭେଙ୍କଟରମଣ ଧର୍ମଘଟ କରିବା ପାଇଁ ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନଗୁଡ଼ିକୁ ନୋଟିସ ପଠାଇଛନ୍ତି।

ବ୍ୟାଙ୍କ ଅଫ ବରୋଦା ଏବଂ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜ ପାଖରେ ଅନଲାଇନ ବ୍ୟାଙ୍କିଂ ସୁବିଧା ବ୍ୟାହତ ହେବର ସୂଚନା ଦେଇଛନ୍ତି। ଆଜିର ଧର୍ମଘଟରେ ମୁଖ୍ୟତଃ ସରକାରୀ ବ୍ୟାଙ୍କ ଗୁଡିକରେ ଅଚଳାବସ୍ଥା ଦେଖାଯିବ। ଏଥିପାଇଁ ବ୍ୟାଙ୍କର ପରିଚାଳନାରେ ଅସୁବିଧା ହେବ।

Tags: #Allindiabankstrike #publicsectorbank #AIBEA   #Onlinebanking #India

Comment