ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରଡବ୍ୟାଣ୍ଡ୍ ସେବା ଯୋଗାଣକାରୀ ସଂସ୍ଥା ଜିଓଫାଇବର ଓଡ଼ିଶାରେ ତାହାର ସେବାକୁ ଆହୁରି ସମ୍ପ୍ରସାରଣ କରିଛି। ଜଗତସିଂହପୁର, କେନ୍ଦୁଝର, ରାୟଗଡା, କୋରାପୁଟ ଏବଂ ଭବାନୀପାଟଣା ସହରକୁ ପରିବ୍ୟାପ୍ତ ହୋଇ ରାଜ୍ୟର ମୋଟ୍‌ ୧୮ଟି ସହର ଏବଂ ନଗରର ପ୍ରମୁଖ ଅଞ୍ଚଳଗୁଡିକରେ ଏହାର ସେବା ଉପଲବ୍ଧ କରିଛି। ଆଗାମୀ କିଛି ସପ୍ତାହ ମଧ୍ୟରେ ଏହା ବ୍ରହ୍ମପୁର ଓ ଜୟପୁର ସହରରେ ମଧ୍ୟ ସେବା ଆରମ୍ଭ କରିବାର ଯୋଜନା ରଖିଥିବା ସୂଚନା ମିଳିଛି।

ପୂର୍ବରୁ ଏହା କେବଳ ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ବଲାଙ୍ଗୀର, ବ୍ରଜରାଜନଗର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଯାଜପୁର ରୋଡ, ଅନଗୁଳ, ପୁରୀ ଏବଂ ଜଟଣୀ ଆଦି ଅଞ୍ଚଳରେ ଉପଲବ୍ଧ ଥିଲା।

ଜଗତସିଂହପୁରରେ ଜିଓଫାଇବର ସେବା ସହରର ବସଷ୍ଟାଣ୍ଡ ଅଞ୍ଚଳ, କଲେଜ ଛକ, ହାଟବଜାର, ଜୟବଡ, ବଡବଜାର, ସାନବଜାର, କୋର୍ଟଛକ, ଗାଲୁପଡା ଓ ନିକଟବର୍ତ୍ତୀ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟରେ ଉପଲବ୍ଧ ହେଉଛି ଏବଂ ଏହା ସହରର ଅନ୍ୟାନ୍ୟ ଅଞ୍ଚଳକୁ ସମ୍ପ୍ରସାରିତ ହେଉଛି। ସେହିପରି କେନ୍ଦୁଝରରେ ନିଜର ସେବା ପରିବ୍ୟାପ୍ତ କରି ଜିଓଫାଇବର ଏବେ ସହରର ବଡହଳ, ମାଗୁରଗାଡିଆ, କମାରଗଡା, ଟିକରଗୁମୁରା, ଗାନ୍ଧୀ ଛକ, ସିରାଜୁଦ୍ଧିନ ଛକ, ଡିଡି କଲେଜ ରୋଡ ଏବଂ ଏହାର ଆଖପାଖ ଅଞ୍ଚଳରେ ଉପଳବ୍ଧ ହେଉଛି।

ଅନୁରୂପ ଭାବରେ ଏହା ରାୟଗଡା ସହରର କପିଳାସ ରୋଡ, ଗାନ୍ଧୀନଗର, ନେହରୁ ନଗର, ଇନ୍ଦିରା ନଗର, ଅଶୋକ ନଗର, ୟୁଜିଏମଆଇଟି ଛକ, ଉଦୟ ପ୍ଲାଜା, ଗାୟତ୍ରୀ ନଗର, ନିୟୁ-କଲୋନି, କଲେଜ ରୋଡ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଉପଲବ୍ଧ ହେଉଛି। ଅନ୍ୟପଟେ ଭବାନୀପାଟଣାରେ ଜିଓଫାଇବର ସେବା ରାମନଗର ପଡା, ନୂଆପଡା, ଇରିଗେସନ କଲୋନି, ଶର୍ମା କଲୋନି, ଚୋରିହାରିପଡା, ତାରିଣୀ ମନ୍ଦିର ରୋଡ୍ ଆଦି ଅଞ୍ଚଳରେ ଉପଲବ୍ଧ ହେଉଛି। ସେହିପରି କୋରାପୁଟ ସହରର ପୂଜାରୀପୁଟ, ବିଶ୍ୱାଳ କଲୋନୀ, ଜାନିଗୁଡା, ଶାନ୍ତିନଗର, ଗୌତମ ନଗର, ମାଳି ସାହି ଏବଂ ଆଖପାଖ ଅଞ୍ଚଳରେ ଜିଓଫାଇବର ସେବା ଆରମ୍ଭ ହୋଇଛି ।

ଜିଓଫାଇବର ପ୍ରତ୍ୟେକ ଭାରତୀୟ ଘରକୁ ଡିଜିଟାଲ ଭାବରେ ସଶକ୍ତ କରିବା ପାଇଁ ନିକଟରେ ଏହାର ତାରିଫ୍ ପ୍ଲାନ୍‌ରେ ବ୍ୟାପକ ପରିବର୍ତ୍ତନ ଆଣିଛି। ଯେଉଁଥିରେ ନୂଆ ଗ୍ରାହକମାନଙ୍କ ପାଇଁ ପ୍ରଥମ ଥର ସର୍ତ୍ତବିହୀନ ୩୦ଦିନର ମାଗଣା ଟ୍ରାଏଲ ସୁଯୋଗ ପ୍ରଚଳନ କରାଯାଇଛି। ଏଥିରେ ଗ୍ରାହକଙ୍କୁ ୩୦ଦିନ ପାଇଁ ମାଗଣାରେ ୧୫୦ ଏମ୍ବିପିଏସ୍ ସ୍ପିଡ୍‌ରେ ଅସୀମିତ ଇଣ୍ଟରନେଟ ସହିତ ୧୦ଟି ପ୍ରମୁଖ ଓଟିଟି ଆପ୍ ବ୍ୟବହାରର ସୁଯୋଗ ମାଗଣାରେ ଯୋଗାଇ ଦିଆଯାଉଛି।

Comment