ଓଡ଼ିଶାଲାଇଭ୍ ବ୍ୟୁରୋ

ଫ୍ରାନ୍ସର ‘ନୋତରେ ଦେମ୍’ ଚର୍ଚ୍ଚ ପାଖରେ ଆତଙ୍କବାଦୀ ଆକ୍ରମଣ। ଜଣେ ଆତଙ୍କବାଦୀ ଛୁରୀ ମାଡ଼ରେ ଫ୍ରାନ୍ସରେ ତିନିଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ଗୁରୁବାର ଜଣେ ବ୍ୟକ୍ତି ହଠାତ୍ ଫ୍ରାନ୍ସର ନୋତରେ ଦେମ୍ ଚର୍ଚ୍ଚ ପାଖରେ ଲୋକଙ୍କୁ ଛୁରୀ ସାହାଯ୍ୟରେ ଆକ୍ରମଣ କରିଥିଲା। ଯେଉଁଥିରେ ୩ ଜଣ ଲୋକ ପ୍ରାଣ ହରାଇବା ସହିତ ଅନେକ ଆହତ ହୋଇଛନ୍ତି। ଆକ୍ରମଣକାରୀ ଜଣେ ମହିଳାଙ୍କ ଗଳାକାଟି ଅତି ବୀଭତ୍ସ ଭାବେ ମଧ୍ୟ ହତ୍ୟା କରିଛନ୍ତି। ଏହି ଘଟଣାକୁ ନୀସ୍ ସହରର ମେୟର ଆତଙ୍କବାଦୀ ଆକ୍ରମଣ ବୋଲି ସୂଚନା ଦେଇଛନ୍ତି। ସ୍ଥାନୀୟ ପୋଲିସ ଦ୍ୱାରା ଆକ୍ରମଣକାରୀକୁ କାବୁ କରାଯାଇଛି। ଏହି ପୂରା ଘଟଣାକୁ ଫ୍ରାନ୍ସର ଆତଙ୍କବାଦ ନିରୋଧୀ ବିଭାଗ ଯାଞ୍ଚ କରିବ ବୋଲି ଜଣାପଡ଼ିଛି।

ଏହି ଘଟଣା ପୂର୍ବରୁ ଚଳିତ ମାସ ପ୍ରଥମ ସପ୍ତାହରେ ପ୍ୟାରିସରେ ମଧ୍ୟ ଜଣେ ଶିକ୍ଷୟିତ୍ରୀଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା। ଶିକ୍ଷୟିତ୍ରୀ ଜଣକ ନିଜ କ୍ଲାସରେ ପ୍ରଫେଟ୍ ମହମ୍ମଦଙ୍କ କାର୍ଟୁନ ଚିତ୍ର ଦେଖାଇଥିବାରୁ କିଛି ଦୁର୍ବୁତ୍ତ ତାଙ୍କୁ ହତ୍ୟା କରିଥିଲେ। ହେଲେ ଏହି ଆକ୍ରମଣ ପଛରେ କେଉଁ କାରଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

Comment