ଓଡ଼ିଶାଲାଇଭ୍ ବ୍ୟୁରୋ

CHAKIRIଜାତୀୟ ଆୟୁଷ ମିଶନ ଅଧୀନରେ ଓଡ଼ିଶା ଆୟୁଷ ସୋସାଇଟିରେ ଯୋଗ ମାଷ୍ଟର ଟ୍ରେନର ଏବଂ ଇନ୍‌ଷ୍ଟ୍ରକଟର ନିମନ୍ତେ ଦରଖାସ୍ତ ଆହ୍ଵାନ କରାଯାଇଛି। ଇଚ୍ଛୁକ ବ୍ୟକ୍ତିମାନେ ନଭେମ୍ଵର ୫ ପୂର୍ବରୁ ଆବେଦନ କରିପାରିବେ।

ପଦବୀ ନାମ ଏବଂ ସଂଖ୍ୟା

  • ଯୋଗ ମାଷ୍ଟର ଟ୍ରେନର – ୧୦ଟି
  • ଯୋଗ ଇନ୍‌ଷ୍ଟ୍ରକଟର – ୧ଟି

ଶିକ୍ଷାଗତ ଯୋଗ୍ୟତା

ଯୋଗ ମାଷ୍ଟର ଟ୍ରେନର –

  • ସେ ଜଣେ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ।
  • ଉଭୟ ଓଡ଼ିଆ ଲେଖିପାରୁଥିବା ଏବଂ କହିପାରୁଥିବା ଆବଶ୍ୟକ।
  • ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଵୀକୃତିପ୍ରାପ୍ତ ଯେକୌଣସି ବିଶ୍ଵବିଦ୍ୟାଳୟରୁ ଯୋଗ ବିଷୟରେ ଏକ ବର୍ଷର ଡିପ୍ଲୋମା କରିଥିବା ଆବଶ୍ୟକ।
  • ଯୋଗ ପ୍ରଶିକ୍ଷଣରେ ତାଙ୍କର ଅତିକମ୍‌ରେ ୧୦ ବର୍ଷର ଅନୁଭୂତି ରହିଥିବା ଆବଶ୍ୟକ।

ଯୋଗ ଇନ୍‌ଷ୍ଟ୍ରକଟର –

  • ସେ ଜଣେ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ।
  • ଉଭୟ ଓଡ଼ିଆ ଲେଖିପାରୁଥିବା ଏବଂ କହିପାରୁଥିବା ଆବଶ୍ୟକ।
  • ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଵୀକୃତିପ୍ରାପ୍ତ ଯେକୌଣସି ବିଶ୍ଵବିଦ୍ୟାଳୟରୁ ଯୋଗ ପାଠ୍ୟକ୍ରମରେ ୬ମାସ କିମ୍ଵା ଏକ ବର୍ଷର ଡିପ୍ଲୋମା ଅଥବା ଯୋଗରେ ପିଜି କରିଥିବା ଆବଶ୍ୟକ।
  • ଯୋଗ ପ୍ରଶିକ୍ଷଣରେ ତାଙ୍କର ଅତିକମ୍‌ରେ ୨ବର୍ଷର ଅନୁଭୂତି ରହିଥିବା ଆବଶ୍ୟକ।

ଆଶାୟୀ ବ୍ୟକ୍ତିମାନେ ନଭେମ୍ଵର ୫ ତାରିଖ କିମ୍ଵା ତା ପୂର୍ବରୁ directorayushodisha@gmail.com ମେଲ୍‌ ଆଇଡିରେ ଆବେଦନ କରିପାରିବେ।

Comment