ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
- ଦିନକରେ ୧,୭୦୯ ଆକ୍ରାନ୍ତ, ୧୧ ମୃତ
- ମୋଟ କରୋନା ପଜିଟିଭ୍ ସଂଖ୍ୟା ୨,୯୧,୮୨୫କୁ ବୃଦ୍ଧି
- ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୩୩୧କୁ ବୃଦ୍ଧି
ରାଜ୍ୟର ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲ୍ରୁ ଆଜି ଚିହ୍ନଟ ହୋଇଛନ୍ତି ୧,୭୦୯ ଜଣ ନୂଆ ପଜିଟିଭ୍। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍ରୁ ୯୮୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୭୨୪ ଜଣ ଆକ୍ରାନ୍ତ ଅଛନ୍ତି। ସେହିପରି ଆଜି ଆଉ ୧୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
Covid-19 Report For 31st October
New Positives Cases: 1709
In quarantine: 985
Local contacts: 724(Details of local contacts will be shared by concerned District Administration)
District Wise Cases:
1. Angul: 79
2. Balasore: 61
3. Bargarh: 99
4. Bhadrak: 11
5. Balangir: 53— I & PR Department, Odisha (@IPR_Odisha) November 1, 2020
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୨୧ ଜଣ ପଜିଟିଭ୍ ଅଛନ୍ତି। ସେହିପରି ମୟୂରଭଞ୍ଜରୁ ୧୨୧ ଜଣ, କଟକରୁ ୧୧୫ ଜଣ, ସୁନ୍ଦରଗଡ଼ରୁ ୧୦୭ ଜଣ, ବରଗଡ଼ରୁ ୯୯ ଜଣ, ନୂଆପଡ଼ାରୁ ୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
22. Mayurbhanj: 121
23. Nawarangpur: 26
24. Nayagarh: 29
25. Nuapada: 86
26. Puri: 58
27. Rayagada: 16
28. Sambalpur: 43
29. Sonepur: 7
30. Sundargarh: 107
31. State Pool: 35New Recoveries: 1911
Cumulative Tested: 4601860
Positive: 291825
Recovered: 275749
Active cases: 14692— I & PR Department, Odisha (@IPR_Odisha) November 1, 2020
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୨,୯୧,୮୨୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୭୫,୭୪୯ ଜଣ ସୁସ୍ଥ ହୋଇଥିବା ବେଳେ ୧୪,୬୯୨ ଜଣ ସକ୍ରିୟ ରୋଗୀ ଅଛନ୍ତି। ଅନ୍ୟପଟେ ଆଜିର ୧୧ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୩୩୧କୁ ବୃଦ୍ଧି ପାଇଛି।














