ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠାରୁ କଟକ ସହରରେ ଆରମ୍ଭ ହୋଇଛି ସେରୋ ସର୍ଭେ। ପ୍ରଥମ ପର୍ଯ୍ୟାୟରେ ୨୫ ଟି ଓ୍ୱାର୍ଡରେ ଏହି ସର୍ଭେ କରାଯାଉଛି। ପ୍ରତି ଓ୍ୱାର୍ଡରୁ ୭୦ ଜଣଙ୍କ ସାମ୍ପୁଲ ନିଆଯାଇ ସର୍ଭେ କରାଯିବ ବୋଲି ଜଣାପଡ଼ିଛି।

ଯେଉଁମାନେ ସାମ୍ପୁଲ ଦେବେ ସେମାନଙ୍କ ନାମ ଗୋପନ ରଖାଯିବ। ଏହି ସମସ୍ତ ପ୍ରକ୍ରିୟା ପାଇଁ ସିଏମସି ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇଛି। ଟିମରେ ସ୍ୱାସ୍ଥ୍ୟକର୍ମୀ, ସାନିଟାରୀ ଟିମ,  ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି।

ଏହି ସର୍ଭେ ୫ ତାରିଖ ଯାଏଁ ଚାଲିବ। ଏହି ସର୍ଭେ କରିବା ଦ୍ୱାରା ସହରରେ ଲୋକଙ୍କଠାରେ ଆଣ୍ଟବଡି କେତେ ବିକଶିତ ହୋଇଛି ତାହା ଜଣାପଡ଼ିବ। ପୂର୍ବରୁ ଭୁବନେଶ୍ୱରରେ ମଧ୍ୟ ସେରୋ ସର୍ଭେ ହୋଇଥିଲା। ରାଜଧାନୀରେ ୫୦ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ଥିବା ଜଣାପଡ଼ିଥିଲା।

Comment