ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ବାଦଶାହ ଶାହାରୁଖ ଆଜି ୫୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ବଲିଉଡ ସେଲିବ୍ରିଟି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶାହରୁଖଙ୍କ ଘନିଷ୍ଠ ସାଙ୍ଗ ତଥା ଅଭିନେତ୍ରୀ ଜୁହି ଚାଓ୍ୱଲା ଶାହରୁଖଙ୍କ ଜନ୍ମଦିନକୁ ନିଆରା କରିବାକୁ ଚେଷ୍ଟା କରିଛନ୍ତି।

ଶାହରୁଖଙ୍କ ଜନ୍ମଦିନ ଅବସରରେ ସେ ୫୦୦ ଶହ ଗଛ ଲଗାଇଛନ୍ତି। ଏନେଇ ଜୁହି ନିଜେ ଟୁଇଟ କରି କହିଛନ୍ତି। ଏହାପୂର୍ବରୁ ଜୁହି ତାଙ୍କ ପୁଅର ଜନ୍ମଦିନରେ ୧୦୦୦ ଗଛ ଲଗାଇ ଚର୍ଚ୍ଚାକୁ ଆସିଥିଲେ।

ଅନ୍ୟପଟେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ, ଶିଳ୍ପା ସେଟ୍ଟୀ, ଅନୁଷ୍କା ଶର୍ମା କରୀନା କପୁର ଏମିତି ବଲିଉଡ ଓ ଟିଭି ଜଗତର ତମାମ କଳାକାର ଶାହରୁଖଙ୍କୁ ଶୁଭେଚ୍ଛା ଦେଇଛନ୍ତି। ତେବେ କେବଳ ସେଲିବ୍ରିଟି ନୁହଁନ୍ତି ପ୍ରଶଂସକ ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

Comment