ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ମହାସମରରେ ଆଜି ଖେଳାଯିବ ଶେଷ ଲିଗ୍‌ ମ୍ୟାଚ୍। ଯେଉଁଠି ଦେଖିବାକୁ ମିଳିବ ଏକ ଦମ୍‌ଦାର ମୁକାବିଲା। କାହିଁକି ନା ଆଜି ମଇଦାନ୍‌ରେ ମୁହାଁମୁହିଁ ହେବେ ମୁମ୍ଵାଇ ଇଣ୍ଡିଆନ୍ସ ଓ ସନ୍ ରାଇଜର୍ସ ହାଇଦ୍ରାବାଦ୍। ସନ୍ଧ୍ୟା ସାଢ଼େ ୭ରେ ଏହି ମ୍ୟାଚ୍ ଶାର୍ଜା ଷ୍ଟାଡିୟମ୍‌ରେ ଖେଳାଯିବ।

ଟୁର୍ଣ୍ଣାମେଣ୍ଟରେ ଏହି ଦୁଇଟି ଯାକ ବେଶ୍ ମଜବୁତ ଦଳ ଭାବେ ଜଣା ଆଉ ଏଯାବତ୍ ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି। ଖାସ୍ କରି ମୁମ୍ଵାଇ ଇଣ୍ଡିଆନ୍ସ ବିଜୟ ପରେ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ସେହିପରି ସନ୍ ରାଇଜର୍ସ ହାଇଦ୍ରାବାଦ୍‌ର ଖେଳାଳିମାନେ ମଧ୍ୟ ଆଇପିଏଲ୍ ମଇଦାନ୍‌ରେ ନିଜ ଯାଦୁ ଦେଖାଇ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି।

ହାଇଦ୍ରାବାଦ ଓ ମୁମ୍ବାଇ ମ୍ୟାଚ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଯଦି ଏହି ମ୍ୟାଚରେ ହାଇଦ୍ରାବାଦ ବିଜୟୀ ହୁଏ ତେବେ ଦଳ ପ୍ଲେ-ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିବ। ଯଦି ଏହି ମ୍ୟାଚରେ ମୁମ୍ବାଇ ବିଜୟୀ ହୁଏ ତେବେ କେକେଆର୍ ଦଳ ପ୍ଲେ-ଅଫ୍ ପାଇଁ ଟିକେଟ୍ ପାଇବ। ତେଣୁ ଆଜିର ଏହି ସୁପର ମୁକାବିଲାରେ କିଏ ବାଜିମାତ୍ କରିବ ତାହା ଦେଖିବା ବାକି ରହିଲା।

ମୁମ୍ଵାଇ ଇଣ୍ଡିଆନ୍ସ

କିରଣ ପୋଲାର୍ଡ (ଅଧିନାୟକ), ରୋହିତ୍ ଶର୍ମା, ଆଦିତ୍ୟ ତାରେ, ଅନମୋଲ୍ ପ୍ରୀତ୍ ସିଂହ, ଅନୁକୁଲ୍ ରାୟ, ଧବଲ୍ କୁଲ୍କର୍ଣ୍ଣି, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ୍ କିଷନ୍, ଜଶପ୍ରୀତ୍ ବୁମ୍ରା, ଜୟନ୍ତ ଯାଦବ, କ୍ରୁନାଲ୍ ପାଣ୍ଡ୍ୟା, ମିଚେଲ ମାକ୍ଲେନ୍ଗାନ୍, କ୍ୱିଣ୍ଟନ ଡିକକ୍, ରାହୁଲ ଚହର, ସର୍ଫାନ ରାଦରଫୋର୍ଡ, ସୂର୍ଯ୍ୟ କୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ, ନାଥନ୍ କୁଲ୍ଟରନିଲ୍, ସୌରଭ ତିଓ୍ଵାରୀ, ମୋସିନ୍ ଖାନ୍, ଦିଗବିଜୟ ଦେଶମୁଖ, ପ୍ରିନ୍ସ ବଲବନ୍ତ ରାୟ ସିଂ।

ସନରାଇଜର୍ସ ହାଇଦ୍ରାବାଦ୍

ଡେଭିଡ ଓ୍ଵାର୍ଣ୍ଣର(ଅଧିନାୟକ), ରସିଦ୍ ଖାନ୍, ସଞ୍ଜୟ ଯାଦବ, ବର୍ଦ୍ଧମାନ ଶାହା, ଖଲିଲ୍ ଅହମ୍ମଦ, ସନ୍ଦୀପ ଶର୍ମା, ଅବ୍ଦୁନ ସାମଦ୍, ମାଇକେଲ୍ ମର୍ସ, ଶ୍ରୀଭଟ୍ସ ଗେସ୍ଵାମୀ, ମହମ୍ମଦ ନବି, ଫଆବିଆନ୍ ଆଲେନ୍, ଅଭିଶେକ୍ ଶର୍ମା, ବସିଲ ଥାମ୍ପି, ବିଲ୍ଲି ଷ୍ଟାନଲେକ୍, ସନ୍ଦୀପ ବାଭାନ୍କା, ଭୁବନେଶ୍ଵର କୁମାର, ବିରାଟ ସିଂହ, ନଟରାଜନ୍, କେନ୍ ଓ୍ଵିଲିୟମ୍, ସାହାବାଜ୍ ନାଦିମ୍, ଜନି ବାଇରଷ୍ଟୋ, ମନିଷ୍ ପାଣ୍ଡେ, ବିଜୟ ଶଙ୍କର, ସିଦ୍ଧାର୍ଥ କୌଲ୍, ପ୍ରିୟମ୍ ଗର୍ଗ।

Comment