ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ଏବଂ ତିର୍ତ୍ତୋଲରେ ଆଜି ୨ଟି ଆସନ ପାଇଁ ଭୋଟଗ୍ରହଣ ଚାଲିଛି। ଉପ-ନିର୍ବାଚନର ଏହି ପ୍ରକ୍ରିୟା ଚାଲିଥିବା ବେଳେ ବାଲେଶ୍ଵରରେ ଭୋଟରଙ୍କୁ ଟଙ୍କା ବାଣ୍ଟିବା ଅଭିଯୋଗ ହୋଇଛି। ଜଣେ ମହିଳା ବାଲେଶ୍ଵର ସଦରର ୧ ନଂ ଓ୍ଵାର୍ଡରେ ଟଙ୍କା ବାଣ୍ଟୁଥିବା ଅଭିଯୋଗରେ ସ୍ଥାନୀୟ ଲୋକେ ତାଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି।

ସୂଚନା ଅନୁସାରେ ଆଜି ସକାଳେ ଜଣେ ମହିଳା ତାଙ୍କର କିଛି ସମର୍ଥକଙ୍କ ସହ ଆସି ବାଲେଶ୍ଵର ସଦରର ୧ ନଂ ଓ୍ଵାର୍ଡରେ ସ୍ଥାନୀୟ ଲୋକଙ୍କୁ ଟଙ୍କା ବାଣ୍ଟିଥିଲେ। ନିର୍ବାଚନ ସମୟରେ ଏପରି ଟଙ୍କା ବାଣ୍ଟିବାକୁ ବିରୋଧ କରି ଗ୍ରାମବାସୀମାନେ ତାଙ୍କୁ ଧରି ସଦର ଥାନା ପୋଲିସ ଜିମା ଦେଇଛନ୍ତି।

ମହିଳାଜଣଙ୍କ ମଟୂରଭଞ୍ଜରୁ ଆସିଥିବା ସୂଚନା ମିଳିଛି।

Comment