ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ପାଇଁ ଦୀର୍ଘ ୭ମାସ ହେବ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ବର୍ତ୍ତମାନ କରୋନା ଗ୍ରାଫ୍‌ରେ ସାମାନ୍ୟ ହ୍ରାସ ହେଉଥିବା ବେଳେ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଖୋଲିବା ପାଇଁ ଚିନ୍ତା କରାଯାଉଛି। ତେବେ ଏ ବିଷୟରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିଲେ ମଧ୍ୟ ନଭେମ୍ଵରରେ ହିଁ ସ୍କୁଲ ଖୋଲାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

“ରାଜ୍ୟରେ ନଭେମ୍ଵର ମାସରେ ହିଁ ସମସ୍ତ ସ୍କୁଲ ଖୋଲାଯିବ। ନବମରୁ ଦ୍ଵାଦଶ ଶ୍ରେଣୀ ଯାଏ ସମ୍ପୂର୍ଣ୍ଣ କ୍ଲାସ ହେବ। ଯଦି ଅଭିବାକମାନେ ରାଜି ନ ହୁଅନ୍ତି ତେବେ ଅନଲାଇନ୍‌ ଜରିଆରେ କ୍ଲାସ କରାଯିବାର ବ୍ୟବସ୍ଥା କରାଯିବ। ଏନେଇ ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରାଯିବ। ଖୁବ୍‌ଶୀଘ୍ର ସ୍କୁଲ ଖୋଲିବା ନେଇ ଏସ୍ଓପି ପ୍ରକାଶ କରାଯିବ”, ମଙ୍ଗଳବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରାଜ୍ୟରେ ସ୍କୁଲ ଖୋଲିବା ବାବଦରେ ଏହି ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ପାଇଁ ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରାଯାଇଛି, ମାତ୍ର ଆଉ ହ୍ରାସ ହେବନି। ବାକି ୭୦ ପ୍ରତିଶତ ପାଠ୍ୟକ୍ରମ ଅନୁସାରେ ନୂଆ କ୍ୟଲେଣ୍ଡର ପ୍ରସ୍ତୁତ କରାଯିବ।

Comment