ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକା ରାଷ୍ଟ୍ରପତିଙ୍କ ବିମାନରେ ରହିଥାଏ ଅନେକ ଅତ୍ୟାଧୁନିକ ଜ୍ଞାନକୌଶଳ। ବିମାନର ସଭା କକ୍ଷରେ ଏକାସଙ୍ଗରେ ୧୦୦ଜଣ ବସି ସଭା କରିପାରନ୍ତି।

ଆମେରିକା ନିର୍ବାଚନ ପାଇଁ ଭୋଟଗ୍ରହଣ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଭୋଟ ଗଣନା ଚାଲୁ ରହିଛି। ବିଶ୍ଵର ଏହି ସର୍ବଶକ୍ତିଶାଳୀ ଦେଶର ଆଗାମୀ ରାଷ୍ଟ୍ରପତି କିଏ ହେବେ ତାହା ଜାଣିବା ପାଇଁ ପୁରା ବିଶ୍ଵବାସୀ ଏବେ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି। ତେବେ ଆମେରିକାର ରାଷ୍ଟ୍ରପତି ବ୍ୟବହାର କରୁଥିବା ବିମାନରେ କି କି ପ୍ରକାର ସୁବିଧା ସବୁ ରହିଛି ତାହା ବିଷୟରେ ଆପଣ ଜାଣିଛନ୍ତି କି ?

ଏୟାର ଫୋର୍ସ ଓ୍ଵାନ୍

ଆମେରିକା ଏୟାର ଫୋର୍ସ ପାଇଁ ଉଦ୍ଦିଷ୍ଟ ସିଗନାଲ୍‌ ବ୍ୟବସ୍ଥାକୁ ଏୟାର ଫୋର୍ସ ଓ୍ଵାନ୍ କୁହାଯାଏ। ରାଷ୍ଟ୍ରପତିଙ୍କ ଯିବା ଆସିବା ପାଇଁ ବ୍ୟବହୃତ ବୋଇଙ୍ଗ ବିମାନକୁ ମଧ୍ୟ ଏହି ସିଗନାଲ୍‌ ଦ୍ଵାରା ପରିଚାଳନା କରାଯାଇଥାଏ। ବର୍ତ୍ତମାନ ଆମେରିକା ରାଷ୍ଟ୍ରପତିଙ୍କ ସେବାରେ ବୋଇଙ୍ଗ ଭିସି-୨୫ ବିମାନ ଉଦ୍ଦିଷ୍ଟ ରହିଛି।ଅତ୍ୟାଧୁନିକ ସୁବିଧା ପ୍ରଦାନକାରୀ ବିମାନ

ଆମେରିକା ରାଷ୍ଟ୍ରପତି ଯା ଆସ କରୁଥିବା ବିମାନରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଏଥିରେ ୪ ହଜାର ସ୍କୋୟାର ଫୁଟ୍‌ ସ୍ଥାନ ରହିଥାଏ। ଏଥି ମଧ୍ୟରେ ରାଷ୍ଟ୍ରପତିଙ୍କ ପାଇଁ ଏକ ବ୍ୟକ୍ତିଗତ କକ୍ଷ ରହିଥିବା ବେଳେ ଏକା ସଙ୍ଗରେ ୧୦୦ଜଣ ବସି ମିଟିଙ୍ଗ କରିବାର ବ୍ୟବସ୍ଥା ମଧ୍ୟ ରହିଛି। ଏହାର ଗୋଟିଏ ଉଡ଼ାଣରେ ପାଖାପଖି ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ।

ପରମାଣୁ ବିସ୍ଫୋରଣ ନିରୋଧୀ

ବୋଇଙ୍ଗ ବିମାନକୁ ଏପରି ଜ୍ଞାନକୌଶଳରେ ପ୍ରସ୍ତୁତ କରାଯାଇଛି ଯେ ଏହା ପରମାଣୁ ବିସ୍ଫୋରଣକୁ ଅତି ସହଜରେ ମୁକାବିଲା କରିପାରିବ। ବିସ୍ଫୋରଣରୁ ରକ୍ଷା ପାଇଁ ବିମାନର ଝରକାଗୁଡ଼ିକରେ ସ୍ଵତନ୍ତ୍ର ଧରଣର କାଚ ବ୍ୟବହାର କରାଯାଇଛି। ଏଥିସହିତ ବିମାନରେ ଇଲେକ୍ଟ୍ରୋମ୍ୟାଗନେଟିକ୍ ପଲସ୍‌ ଥର୍ମାଲ ଉପକରଣ ଖଞ୍ଜା ଯାଇଛି। ଏପରିକି କି ବିମାନ ଭିତରେ ବସିଥିବା ରାଷ୍ଟ୍ରପତିଙ୍କୁ ଏହି ବିସ୍ଫୋରଣରେ କୌଣସି ପ୍ରଭାବ ପାଡ଼ିନଥାଏ। ଏହି ସମୟରେ ରାଷ୍ଟ୍ରପତି ବିମାନ ଭିତରେ ଥାଇ ଯୁଦ୍ଧ ପରିସ୍ଥିତି ପାଇଁ କମାଣ୍ଡ ମଧ୍ୟ ଦେଇଥାନ୍ତି।

ଉଡ଼ାଣ ସମୟରେ ଭରିପାରେ ଇନ୍ଧନ

ଉଡ଼ାଣ ସମୟରେ ଯଦି ମଝି ଆକାଶରେ ବିମାନରୁ ଇନ୍ଧନ ଶେଷ ହୋଇଯାଏ ତେବେ ବୋଇଙ୍ଗ ବିମାନକୁ ଜରୁରିକାଳୀନ ଲ୍ୟାଣ୍ଡିଂ କରିବାକୁ ପଡ଼ିନଥାଏ। ଉଡନ୍ତା ଅବସ୍ଥାରେ ବୋଇଙ୍ଗ ବିମାନ ଅନ୍ୟ ଏକ ବିମାନରୁ ଇନ୍ଧନ ଆଣିପାରେ। ଏହା ଫଳରେ ଅନେକ ସମୟ ବଞ୍ଚିଥାଏ।

ଆକ୍ରମଣ ଆଶଙ୍କା ଥିଲେ ଶତ୍ରୁ ବିମାନ ରାଡାର ଜାମ୍

ବୋଇଙ୍ଗ ବିମାନକୁ ଅତ୍ୟନ୍ତ ଆଧୁନିକ ଜ୍ଞାନକୌଶଳରେ ପ୍ରସ୍ତୁତ କରାଯାଇଛି। ଯଦି ଶତ୍ରୁ ବିମାନ ଏହା ଉପରେ ଆକ୍ରମଣ କରିବା ପାଇଁ ଚିନ୍ତା କରନ୍ତି ତେବେ ସୂଚନା ମିଳିବା କ୍ଷଣି ହିଁ ବୋଇଙ୍ଗ ବିମାନ ଶତ୍ରୁ ବିମାନର ରାଡାରକୁ ଜାମ୍ କରିଦେଇଥାଏ। ଏଥିସହିତ ଏହାକୁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥାରେ ନିର୍ମାଣ କରାଯାଇଛି। ଯଦି କୌଣସି ମିଶାଇଲ ଏହି ବିମାନକୁ ଆକ୍ରମଣ କରେ ତେବେ ଏଥିରେ ଲାଗିଥିବା ଏଲେକ୍ଟ୍ରୋନିକ୍ସ କାଉଣ୍ଟର ମେଜର୍ସ ଦ୍ଵାରା ମିଶାଇଲ୍ ବିମାନକୁ ଛୁଇଁବା ମାତ୍ରେ ହିଁ ନଷ୍ଟ ହୋଇଯାଏ।ଯୋଗାଯୋଗ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା

ବୋଇଙ୍ଗ ବିମାନରେ ଖଞ୍ଜା ହୋଇଥିବା ଆଧୁନିକ ଉପକରଣ ପାଇଁ ମଝି ଆକାଶରେ ମଧ୍ୟ ଏଥିରେ ଫୋନ କଲ୍, ଭିଡିଓ କଲ୍ କରାଯିବାର ସୁବିଧା ରହିଛି। ଏଥିସହିତ ଜରୁରିକାଳୀନ ପରିସ୍ଥିତିରେ ରାଷ୍ଟ୍ରପତି ଉଡନ୍ତା ବିମାନ ଭିତରେ ରହି ଦେଶବାସୀଙ୍କୁ ସମ୍ଵୋଧନ କରିପାରନ୍ତି।

Comment