ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ‘ବ୍ଲୁ ଫ୍ଲାଗ’ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଓଡ଼ିଆ ରୁଚିପୁର୍ଣ୍ଣ ଖାଦ୍ୟ ତଥା ସି ଫୁଡ୍‌ର ମଜା ଦେବା ପାଇଁ ଓଟିଡିସି ପକ୍ଷରୁ ‘ଦି ହ୍ଵାଇଟ୍ କ୍ରାବ୍’ କାଫେଟେରିଆର ଶୁଭାରମ୍ଭ ହୋଇଛି। ଶୁକ୍ରବାର ଓଟିଡିସି (ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ) ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହାକୁ ଉଦଘାଟନ କରିଥିଲେ।

ପର୍ଯ୍ୟଟକମାନେ କେମିତି ଓଡ଼ିଆ ଖାଦ୍ୟ ଓ ସିଫୁଡ୍‌ର ମଜା ନେଇପାରିବେ ତାକୁ ଲକ୍ଷ୍ୟରେ ରଖି ଓଟିଡିସି ପକ୍ଷରୁ ଏହି କାଫେଟେରିଆ ଖୋଲା ଯାଇଛି। ଆଗାମୀ ଦିନରେ ଏହା ନିଶ୍ଚୟ ପର୍ଯ୍ୟଟକଙ୍କ ଦ୍ୱାରା ଆଦୃତ ହେବ ବୋଲି ଶ୍ରୀମୟୀ ମିଶ୍ର କହିଛନ୍ତି।

ସେହିପରି କୋଭିଡ ନିୟମକୁ ମାନି ପର୍ଯ୍ୟଟକଙ୍କୁ ଉତ୍କୃଷ୍ଟ ଆତିଥ୍ୟ ପ୍ରଦାନ ପାଇଁ ଓଟିଡିସି ପ୍ରତିବଦ୍ଧ ବୋଲି ସେ କହିଛନ୍ତି।

ବେଳାଭୂମିକୁ ଅଧିକ ମନୋରାମ ଏବଂ ପର୍ଯ୍ୟଟକଙ୍କୁ ଆକୃଷ୍ଟ ନିମନ୍ତେ ପୁରୀ ଜିଲ୍ଲା ପ୍ରଶାସନ ଦ୍ୱାରା ଏହି ବ୍ଲୁ ଫ୍ଲାଗ ବିଚରେ ଏକ କାଫେଟେରିଆ ପରିଚାଳନା ନିମନ୍ତେ ଓଟିଡିସିକୁ ସୁଯୋଗ ଦେଇଥିବାରୁ ଶ୍ରୀମୟୀ ମିଶ୍ର ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି।

Comment