ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ କୁହାଯାଉଥିବା ଆଇପିିଏଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଆସନ୍ତାକାଲି ଖେଳାଯିବାକୁ ଅଛି। ଯେଉଁଥିରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍। ମୁମ୍ବାଇ ପଞ୍ଚମ ଥର ପାଇଁ ଚାମ୍ପିୟନ ହେବାକୁ ଲକ୍ଷ୍ୟ ରଖିଥିବାବେଳେ ଦିଲ୍ଲୀ ପ୍ରଥମ ଥର ଟାଇଟଲ ହାତେଇବାକୁ ଆଶା ବାନ୍ଧିଛି। ତେବେ ଆଇପିଏଲ୍‌ରେ ଚାମ୍ପିୟନ୍ ଟିମ୍, ରନର୍ସ-ଅପ୍ ଟିମ୍, ଅରେଞ୍ଜ କ୍ୟାପ୍ ଓ୍ଵିନର୍ ଏବଂ ପର୍ପଲ କ୍ୟାପ୍ ଓ୍ଵିନର୍‌ମାନେ କେତେ ଟଙ୍କା ପାଆନ୍ତି ଆପଣ ଜାଣିଛନ୍ତି କି?

ଆସନ୍ତୁ, ଜାଣିବା ଆଇପିଏଲରେ କେଉଁ ଦଳକୁ ମିଳେ କେତେ ଟଙ୍କା?

ଚାମ୍ପିୟନ୍ ଦଳ

ଆଇପିଏଲ୍‌ର ଫାଇନାଲରେ ସବୁ ଦଳକୁ ହରାଇ ଯେଉଁ ଦଳ ଚାମ୍ପିୟନ୍ ହୋଇଥାଏ ସେହି ଦଳକୁ ପୁରସ୍କାର ବାବଦରେ ଟ୍ରଫି ସହିତ ୨୦ କୋଟି ଟଙ୍କା ଦିଆଯାଇଥାଏ। ଆଇପିଏଲର ନିୟମ ଅନୁଯାୟୀ ଏହି ଟଙ୍କାକୁ  ୫୦-୫୦ ସେୟାର୍ ଅର୍ଥାତ୍ ଅଧା ଟଙ୍କା ଦଳର ଖେଳାଳିମାନଙ୍କ ମଧ୍ୟରେ ବଣ୍ଟାଯାଉଥିବା ବେଳେ ଅଧା ଟଙ୍କା ଫ୍ରାଞ୍ଚାଇଜକୁ ମିଳିଥାଏ।

ରନର୍ସ-ଅପ୍ ଦଳ

ଆଇପିଏଲ୍‌ରେ ଚାମ୍ପିୟନ୍ ଦଳଠାରୁ ପରାଜିତ ହୋଇ ଯେଉଁ ଦଳ ରନର୍ସ-ଅପ୍ ହୋଇଥାଏ ସେହି ଦଳକୁ ୧୨ କୋଟି ୫୦ ଲକ୍ଷ ଟଙ୍କା ଦିଆଯାଇଥାଏ। ଏ କ୍ଷେତ୍ରରେ ମଧ୍ୟ ଆଇପିଏଲର ସେହି ୫୦-୫୦ ନିୟମ କାର୍ଯ୍ୟ କରିଥାଏ।

ଦିତ୍ଵୀୟ ଏବଂ ତୃତୀୟ ରନର୍ସ-ଅପ୍ ଦଳ

ଆଇପିଏଲରେ ଯେଉଁ ଦଳ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଥାଏ, ସେହି ଦଳକୁ ଦିତ୍ଵୀୟ ଏବଂ ତୃତୀୟ ରନର୍ସ-ଅପ୍ ଦଳ କୁହାଯାଏ। ଏହି ଉଭୟଦଳକୁ ପୁରସ୍କାର ବାବଦରେ ୮ କୋଟି ୭୫ ଲକ୍ଷ ଟଙ୍କା ଦିଆଯାଇଥାଏ।

ଅରେଞ୍ଜ କ୍ୟାପ୍ ଓ୍ଵିନର୍

ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟରେ ଯେଉଁ ଖେଳାଳି ବ୍ୟାଟିଂରେ ସର୍ବାଧିକ ରନ୍ ସଂଗ୍ରହକରିଥାଏ ତାଙ୍କୁ ଅରେଞ୍ଜ କ୍ୟାପ୍ ଓ୍ଵିନର୍ କୁହାଯାଏ। ଏହି ଖେଳାଳିଙ୍କୁ ପୁରସ୍କାର ବାବଦରେ ଗୋଲଡେନ୍ କ୍ୟାପ ସହ ୧୦ ଲକ୍ଷ ଟଙ୍କାର ପୁରସ୍କାର ଦିଆଯାଇଥାଏ।

ପର୍ପଲ କ୍ୟାପ୍ ଓ୍ଵିନର୍‌

ଆଇପିଏଲରେ ବୋଲିଂ କରି ଯେଉଁ ଖେଳାଳି ସର୍ବାଧିକ ଓ୍ଵିକେଟ୍ ହାତେଇବାରେ ସଫଳ ହୋଇଥାନ୍ତି ସେ ପର୍ପଲ କ୍ୟାପ୍ ଓ୍ଵିନର୍‌ ହୋଇଥାନ୍ତି। ଏବାବଦରେ ତାଙ୍କୁ ପର୍ପଲ କ୍ୟାପ ସହ ୧୦ ଲକ୍ଷ ଟଙ୍କାର ପୁରସ୍କାର ଦିଆଯାଇଥାଏ।

Comment