ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ବହୁ ବଡ଼ ବଡ଼ ନେତା, ମନ୍ତ୍ରୀ ବିଦେଶରେ ପାଠ ପଢ଼ି ଆସିଥିବା କଥା ଆପଣ ଶୁଣିଥିବେ। କିନ୍ତୁ ବିଦେଶର ନେତା ଭାରତରୁ ପାଠ ପଢ଼ି ଡିଗ୍ରୀ ହାସଲ କରିଥିବା କଥା କମ ଲୋକ ଜାଣିଥିବେ। ତେବେ ଆସନ୍ତୁ ବିଶ୍ୱର ସେମିତି କିଛି ନେତାଙ୍କ ବିଷୟରେ ଜାଣିବା ଯିଏ ଭାରତରୁ ପାଠ ପଢ଼ି ଯାଇଛନ୍ତି।

ଅଙ୍ଗ ସାନ ସୁ

ମିଆଁମାରର ନାସନାଲ ଲିଗ୍‌ ଫର ଡେମୋକ୍ରାସୀ ନେତା ଅଙ୍ଗ ସାନ ସୁଙ୍କ ଭାରତ ସହ ଘନିଷ୍ଠ ସମ୍ପର୍କ ରହିଛି। ନୋବେଲ ଶାନ୍ତି ପୁରସ୍କାର ବିଜେତା ଏହି ନେତା ଦିଲ୍ଲୀରେ ରହି ଅଧ୍ୟୟନ କରିଛନ୍ତି। ୧୯୬୪ ମସିହାରେ ସେ ଲେଡି ଶ୍ରୀରାମ କଲେଜରୁ ଡିଗ୍ରୀ ହାସଲ କରିଥିଲେ। ପରେ ସେ ୧୯୮୭ ରୁ ଏକ ବର୍ଷ ପାଇଁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ ଷ୍ଟଡିଜ୍ (ଶିମଲା)ର ଫେଲୋ ମଧ୍ୟ ଥିଲେ।

ହମିଦ କରଜଇ

ହମିଦ କରଜଇ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି। ହମିଦ ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟରେ ପୋଷ୍ଟ ଗ୍ରାଜୁଏସନ କରିଥିଲେ। ସେ ଭାରତ ସହ ଜଡିତ ଅଛନ୍ତି। ଭାରତ- ଆଫଗାନିସ୍ଥାନ ଭଲ ବନ୍ଧୁ ବୋଲି ସେ ସବୁବେଳେ କହନ୍ତି। କିନ୍ତୁ ସିଏଏ ଆଇନ ଆସିବା ପରେ ସେ ଅନେକ ଥର ଭାରତ ବିରୋଧୀ ବୟାନ ଦେଇ ସେ ଚର୍ଚ୍ଚାକୁ ଆସିଥିଲେ।malwi

ବିଙ୍ଗୁ ୱା ମୁଥାରିକା

ମଲାୱିରର ପୂର୍ବତନ ରାଷ୍ଟ୍ରପତି ବିଙ୍ଗୁ ୱା ମୁଥାରିକାର ଭାରତରୁ ଅଧ୍ୟୟନ କରିଥିଲେ। ସେ ୧୯୬୦ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଓ ସ୍ନାତକୋତ୍ତର ଅଧ୍ୟୟନ କରିଥିଲେ। ସେ ପାଞ୍ଚ ବର୍ଷରୁ ଅଧିକ ସମୟ ଭାରତରେ ରହିଥିଲେ। ଏହି ସମୟରେ ମୁଥାରିକା ପ୍ରାୟ ସମଗ୍ର ଦେଶରେ ବୁଲୁଥିଲେ।

ବାବୁରାମ ଭଟ୍ଟରାଇ

ନେପାଳର ପୂର୍ବତନ ୧୯୬୦ ପ୍ରଧାନମନ୍ତ୍ରୀ ବାବୁରାମ ଭଟ୍ଟରାଇ ମଧ୍ୟ ଭାରତରୁ ଅଧ୍ୟୟନ କରିଥିଲେ। ଚଣ୍ଡିଗଡ଼ କଲେଜରୁ ଆର୍କିଟେକ୍ଟ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ପିଏଚଡି ମଧ୍ୟ କରିଥିଲେ। ଭଟ୍ଟରାଇ ନେପାଳର ଜଣେ ଲୋକପ୍ରିୟ ନେତା, ଯିଏ ବାରମ୍ବାର ଭାରତ ସହ ତାଙ୍କର ଗଭୀର ସମ୍ପର୍କ ବିଷୟରେ କହନ୍ତି।

ଜିଗମେ ଖେସର ନାମଗିଲ ୱାଙ୍ଗଚୁକ

ଭୁଟାନର ରାଜା ଜିଗମେ ଖେସର ନାମଗିଲ ୱାଙ୍ଗଚୁକ ଭାରତର ଦାର୍ଜିଲିଂ ସ୍ଥିତ ସେଣ୍ଟ ଜୋସେଫ ସ୍କୁଲରେ ଅଧ୍ୟୟନ ସମାପ୍ତ କରିଥିଲେ। ଏହା ପରେ ସେ ଆମେରିକା, ବ୍ରିଟେନକୁ ଯାଇ ସେଠାରେ ରାଜନୀତି ବିଜ୍ଞାନ ଅଧ୍ୟୟନ କରିଥିଲେ।

Comment