ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ପାଇଁ ଛଟ୍ ପୂଜା ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର। ଆସନ୍ତା ୨୦ ଓ ୨୧ ତାରିଖରେ କୌଣସି ନଦୀ କୂଳରେ କିମ୍ବା ଘାଟରେ ଛଟ ପୂଜା ଆୟୋଜନ ହୋଇପାରିବ ନାହିଁ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିସହ ନଦୀ ଘାଟରେ ଭକ୍ତମାନଙ୍କର ସାମୂହିକ ସ୍ନାନକୁ ମଧ୍ୟ ବାରଣ କରାଯାଇଛି।

ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ଜାରି ହୋଇଥିବା ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ରାଜ୍ୟ ବର୍ତ୍ତମାନ କୋଭିଡ୍ ସ୍ଥିତି ଦେଇ ଗତି କରୁଛି। ଏପରି ସ୍ଥିତିରେ ଛଟ୍ ପୂଜା ଆୟୋଜନ ହେଲେ ବହୁ ଲୋକଙ୍କ ଗହଳି ହେବାର ଆଶଙ୍କା ରହିଛି। ତେଣୁ ଭିଡ଼ ଦୂର କରିବାକୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।ଲୋକମାନଙ୍କ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏଥିସହ ସାମୁହିକ ସ୍ନାନକୁ ମଧ୍ୟ ବାରଣ କରିଛନ୍ତି। ଯଦି କେହି ବ୍ୟକ୍ତି ଏହାକୁ ଉଲ୍ଲଘଂନ କରନ୍ତି ତେବେ ସେ ବିପର୍ଯ୍ୟୟ ପରିଚାଳନା ନିୟମ ଆଧାରରେ ଦଣ୍ଡନୀୟ ହେବେ ବୋଲି କୁହାଯାଇଛି।

ଏଥିସହ ଲୋକମାନେ ଘରେ ରହି ଛଟ୍ ପୂଜା ପାଳନ କରନ୍ତୁ। କୋଭିଡ୍ ଗାଇଡଲାଇନ୍ ପାଳନ କରିବା ସହିତ ମାସ୍କ ଓ ସାନିଟାଇଜର ବ୍ୟବହାର କରନ୍ତୁ ବୋଲି ରାଜ୍ୟ ସରକାରଙ୍କ ବିଜ୍ଞପ୍ତିରେ କୁହାଯାଇଛି।

Comment